ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ପରୀ ହତ୍ୟା ଘଟଣାର ତଦନ୍ତ କରିବ ଏସ୍‌ଆଇଟି। ଏନେଇ ଶନିବାର ବିଧାନସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଖୁବଶୀଘ୍ର ଏସ୍‌ଆଇଟି ଟିମ୍‌ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ଶୁକ୍ରବାର ପରୀ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତଥାପି ଗୃହର କିଛି ସଦସ୍ୟ ଏନେଇ ସନ୍ଦେ କରିଥିଲେ। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ ହେଉ ବୋଲି ଦାବି କରିଥିଲେ। ତେଣୁ ଗୃହରେ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ।

ଅନ୍ୟପଟେ ଆଜି ମଧ୍ୟ ପରୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଅଡ଼ି ବସିଛନ୍ତି ବିରୋଧୀ। ଏହାସହ ବ୍ୟାନର ଦେଖାଇ ପ୍ରତିବାଦ କରିଛନ୍ତି। ଫଳରେ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

LEAVE A REPLY

Please enter your comment!
Please enter your name here