ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ସାଧାରଣତଃ ଥଣ୍ଡା, ଜ୍ୱର, କାଶ ଆଦି ସମସ୍ୟା ଦେଖାଦିଏ। ଥଣ୍ଡା ଯୋଗୁ ଛାତିରେ କଫ ଜମିଯାଏ। ବେଳେବେଳେ ଏହି ସମସ୍ୟା ଏତେ ବଢ଼ିଯାଏ ଯେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ। ତେବେ ଔଷଧ ଖାଇବା ଅପେକ୍ଷା ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ଏଥିରୁ ମୁକ୍ତି ପାଇପାରିବେ।

ଗୁଡ଼

ଖାଦ୍ୟ ଖାଇବା ପରେ ଟିକେ ଗୁଡ଼ ଖାଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ। ଏହାଛଡ଼ା ପାଚନ କ୍ରିୟା ମଧ୍ୟ ସ୍ୱାଭାବିକ ହୋଇଥାଏ।

ତୁଳସୀ ଓ ଅଦା

ତୁଳସୀ, ସୁଣ୍ଠି, ଅଦା ଓ ମହୁ କଫ ସମସ୍ୟା ପାଇଁ ବହୁଳ ମାତ୍ରାରେ ବ୍ୟବହାର କରାଯାଏ। ଏସବୁର ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଆପଣ ନିୟମିତ ଖାଦ୍ୟ ତାଲିକାରେ ଏଗୁଡ଼ିକୁ ସାମିଲ କରିପାରିବେ।ରସୁଣ ଓ ଅଦା

କଫ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ରସୁଣ ଓ ଅଦାକୁ ପାଟିରେ ରଖି ଶୋଷନ୍ତୁ। ଏହା ଦ୍ୱାରା କଫ କମ୍ ହେବା ସହ ନିଃଶ୍ୱାସପ୍ରଶ୍ୱାସ ସହଜରେ ହୋଇଥାଏ।

ମରିଚ

ପ୍ରଥମେ କିଛି ମରିଚ ନେଇ ତାହାକୁ ଭଲ ଭାବେ ଚୂନା କରିଦିଅନ୍ତୁ। ଦୁଇ କପ୍ ପାଣି ଗରମ କରି ମରିଚ ପାଉଡରକୁ ସେଥିରେ ପକାଇଦିଅନ୍ତୁ। ଏବେ ସେହି ପାଣିକୁ ଫୁଟାଇ ଛାଣି ଦିଅନ୍ତୁ। ଏହି ପାଣି ଅଳ୍ପ ଉଷୁମ ଥିବା ସମୟରେ ସେଥିରେ ଏକ ଚାମଚ ମହୁ ପକାଇ ପିଅନ୍ତୁ। ଏହାକୁ ଆପଣ ସକାଳେ ଓ ସନ୍ଧ୍ୟା ବେଳେ ଦୁଇ ଥର ପିଅନ୍ତୁ, କଫ ସମସ୍ୟା ଜଲଦି ଦୂର ହୋଇଯିବ।tulsi kadha-1ଲେମ୍ବୁ ଓ ମହୁ

କଫରୁ ମୁକ୍ତି ପାଇଁ ଏକ ଚାମଚ ମହୁ ଓ ଦୁଇ ଚାମଚ ଲେମ୍ବୁ ରସକୁ ଗରମ ପାଣିରେ ମିଶାଇ ପିଅନ୍ତୁ। ଏହାକୁ ସପ୍ତାହେ ପର୍ଯ୍ୟନ୍ତ ଦିନକୁ ତିନି ଥର ପିଅନ୍ତୁ।

ଛାତିରେ କଫ ଜମିଥିଲେ କ୍ଷୀର, ପନିର, ଲହୁଣିଜାତୀୟ ଖାଦ୍ୟ କିମ୍ବା ମାଂସ ଖାଆନ୍ତୁ ନାହିଁ।

Comment