ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମ ‘ଥଲାଇବି’ର ସୁଟିଂ ଶେଷ ହୋଇଛି। ଏନେଇ ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ କଙ୍ଗନା ରଣାୱତ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଏହି ଫିଲ୍ମ ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ ସୁଯୋଗ ଥିଲା। ଏଭଳି ମହତ୍ତ୍ୱାକାଂକ୍ଷୀ ଫିଲ୍ମର ସୁଟିଂ ସେ ଶେଷ କରିପାରିଛନ୍ତି। ଏହିଭଳି କିଛି ଫିଲ୍ମ ଜଣେ ଅଭିନେତାକୁ ଜୀବିତ କରିଦେଇଥାଏ ବୋଲି ସେ ଟୁଇଟରରେ ଲେଖିଛନ୍ତି। ତା’ସହ ଏହି ଫିଲ୍ମ ନିର୍ମାଣରେ ତାଙ୍କ ସହ ସାଥ୍ ଦେଇଥିବା ସମସ୍ତଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।ଥଲାଇବି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ ଉପରେ ପର୍ଯ୍ୟବେସିତ। କିପରି ସେ ଗୋଟିଏ ସାମାନ୍ୟ ପରିବାରରୁ ଆସି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଦରେ ବସିଲେ ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ।

କିଛି ଦିନ ପୂର୍ବେ କଙ୍ଗନା ଏହି ଫିଲ୍ମର କିଛି ଦୃଶ୍ୟ ମଧ୍ୟ ସେଆର୍ କରିଥିଲେ। ଯେଉଁଥିରେ ଜୟଲଳିତାଙ୍କ ଫିଲ୍ମ କ୍ୟାରିୟରଠାରୁ ଆରମ୍ଭ କରି ରାଜନୀତି କଥା ଦେଖିବାକୁ ମିଳିଥିଲା। ଏହାକି ଲୋକମାନେ ମଧ୍ୟ ବେଶ ପସନ୍ଦ କରିଥିଲେ। ଏହି ଫିଲ୍ମଟି ଜୁନ୍ ୨୬ ତାରିଖରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି।

Comment