ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ନିଜର ‘ଫ୍ୟାଟ ଟୁ ଫିଟ୍’‌ ଜର୍ଣ୍ଣି ପାଇଁ ବେଶ ଚର୍ଚ୍ଚିତ ହୋଇଛନ୍ତି। ସେମିତି ଜଣେ ସେଲିବ୍ରିଟି ହେଲେ ବଲିଉଡର ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ। ସେ  ନିଜର ଓଜନ କମାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସବୁଠୁ ଖାସ ହେଲା କେଜିଏ କି ଦୁଇ କେଜି ନୁହେଁ ସେ ଏକାବେଳକେ ୯୮ କେଜି ଓଜନ କମାଇଛନ୍ତି।

‘ଦ କପିଲ ଶର୍ମା ସୋ’ର ଏକ ପ୍ରମୋ ଭିଡିଓରେ ଗଣେଶ ଆଚାର୍ଯ୍ୟଙ୍କ ଏହି ନୂଆ ଅବତାର ଦେଖିବାକୁ ମିଳିଛି। ଏହି ପ୍ରମୋରେ ଗଣେଶଙ୍କ ସହିତ କୋରିଓଗ୍ରାଫର ଗୀତା କପୁର ଓ ଟେରେନ୍ସ ଲୁଇସଙ୍କୁ ଦେଖିବାକୁ ମିଳିଛି।

ଏହି ସୋ’ରେ ଗଣେଶ ଆଗ ଅପେକ୍ଷା ବେଶ ଫିଟ ଓ ହ୍ୟାଣ୍ଡସମ ଦିଶୁଥିବାରୁ ସୋ’ର ହୋଷ୍ଟ କପିଲ ଶର୍ମାଙ୍କ ତାଙ୍କୁ ଏହାର ରାଜ ବିଷୟରେ ପଚାରିଛନ୍ତି। ଏହାର ଉତ୍ତରରେ ଗଣେଶ ନିଜର ୯୮ କେଜି କମାଇଥିବା କହିଥିବା ଭିଡିଓରେ ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ ଗଣେଶ ଆଚାର୍ଯ୍ୟଙ୍କ ଓଜନ ଗୋଟିଏ ସମୟରେ ୨୦୦ କେଜି ଥିଲେ। ଏହାପରେ ସେ ଜିମ୍ ଯିବା ଆରମ୍ଭ କଲେ ଏବଂ ସେ ଓଜନ ହ୍ରାସ କଲେ। ଏବେ ଗଣେଶ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ତାଙ୍କର ଫିଟନେସ୍ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

Comment