ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୧୯୫୬, ଡିସେମ୍ବର ୨୪ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ଅନିଲ କପୁର। ତାଙ୍କ ବାପା ସୁରିନ୍ଦର କପୁର ଜଣେ ପ୍ରଡ୍ୟୁସର ଥିଲେ।
ଗତ ୪ ଦଶନ୍ଧିରୁ ବଲିଉଡରେ ଆକ୍ଟିଭ ଅଛନ୍ତି ଅଭିନେତା ଅନିଲ କପୁର। ପୂରା ଇଣ୍ଡଷ୍ଟ୍ରିରେ ଏଭରଗ୍ରୀନ ଷ୍ଟାର ଭାବେ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଆଜି ଅନିଲ କପୁର ୬୪ ବର୍ଷରେ ପାଦ ଥାପିଛନ୍ତି, ହେଲେ ଏବେ ବି ସେ ଏକଦମ୍ ଫିଟ୍। ତେବେ ଅନିଲ ନିଜକୁ ଫିଟ୍ ରଖିବା ପାଇଁ କ’ଣ କରନ୍ତି ଜାଣନ୍ତୁ।
ଅନିଲ କପୁର ସପ୍ତାହକୁ ୬ ଦିନ ବ୍ୟାୟାମ କରନ୍ତି। ପ୍ରତିଦିନ ସେ ଜିମ୍ରେ ଦୁଇ ଘଣ୍ଟା ଏକ୍ସରସାଇଜ୍ କରନ୍ତି।
ବ୍ୟାୟାମ କରିବା ସହ ଅନିଲ ନିଜ ଲାଇଫ୍ଷ୍ଟାଇଲ୍ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥା’ନ୍ତି।
ଏକ ଇଂରାଜୀ ପତ୍ରିକାରେ ଅନିଲ କହିଥିଲେ ଯେ, ସେ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ମଜେଦାର କର ଓ ଖୁସିରେ ରୁହ।
ପ୍ରତିଦିନ ଜଳଖିଆରେ ଅନିଲ କପୁର ଓଟ୍ସ, ଅଣ୍ଡା, ଅମ୍ଲେଟ୍ ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି।
ସେ ପ୍ରତିଦିନ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି।