ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର। ଲୋକେ ନୂଆ ବର୍ଷର ନୂଆ ସୂର୍ଯ୍ୟ ଦେଖିବେ। କିନ୍ତୁ ଏଥର ଲୋକେ ନୂଆବର୍ଷର ଖୁସି ମନେଇ ପାରିବେ ନାହିଁ। କଟକ, ଭୁବନେଶ୍ୱରରେ ରାତି ୯ଟାରୁ ନୂଆବର୍ଷ ପାଇଁ ୧୪୪ ଧାରା ଜାରି କରାଯିବ। ଏନେଇ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ଆଜି ରାତି ୯ଟା ସୁଦ୍ଧା ସବୁ ଲୋକ କାମ ସାରି ଘରକୁ ଫେରିଯାଆନ୍ତୁ ବୋଲି ପୋଲିସ କମିସନର ଲୋକଙ୍କୁ ଅନୁରୋଧ କରିଛନ୍ତି।
‘‘ରାତିରେ ଆପାର୍ଟମେଣ୍ଟ, ରେସିଡେନସିଆଲ ଅଞ୍ଚଳରେ ଭୋଜି କରନ୍ତୁ ନାହିଁ। ଟୁଇନ ସିଟିରେ ସୁରକ୍ଷା ଦୃଷ୍ଟିରୁ ଆଜି ଟୁଇଟ ସିଟିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ରାସ୍ତାରେ ପୋଲିସ ପକ୍ଷରୁ ନାକାବନ୍ଦୀ କରାଯିବ’’, କହିଛନ୍ତି ପୋଲିସ କମିସନର।
ସେହିପରି ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ, ବଜାର, ହୋଟେଲ ଆଦି ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକୀୟ ସେବା କିନ୍ତୁ ଖୋଲା ରହିବ।