ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେନି କୌଣସି ବିଦେଶୀ ଅତିଥି। କୋଭିଡ୍ ମହାମାରୀ ହେତୁ କେନ୍ଦ୍ର ସରକାର ଚଳିତ ବର୍ଷ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ପ୍ରତିବର୍ଷ ରାଜଧାନୀ ଦିଲ୍ଲୀ ମହା ଆଡ଼ମ୍ବର ସହକାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥାଏ। ଏହି ଉତ୍ସବରେ କେହି ନା କେହି ବିଦେଶୀ ପ୍ରତିନିଧି ଅତିଥି ଭାବେ ଯୋଗଦେଇଥାନ୍ତି। ହେଲେ ଦୀର୍ଘ ୫୫ ବର୍ଷ ପରେ ଏହି ଉତ୍ସବରେ କେହି ବିଦେଶୀ ଅତିଥି ଯୋଗଦେବେ ନାହିଁ।

ଏହାପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ବୋଲି ନିମନ୍ତ୍ରଣ ଦିଆଯାଇଥିଲା। ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଠାବ ହେବା ପରେ ବୋରିସ ଜନସନ ଭାରତ ଆସିବାକୁ ମନା କରିଦେଇଥିଲେ। ଏହାପରେ ସାଧାରଣତନ୍ତ୍ର ଦିବସରେ କିଏ ଅତିଥି ହେବେ ତାକୁ ନେଇ ଚର୍ଚ୍ଚା ହୋଇଥିଲା। ଏବେ କିନ୍ତୁ ବିଦେଶ ମନ୍ତ୍ରାଳୟ ଏହା ଉପରେ ଘୋଷଣା କରିଦେଇଛି। ଚଳିତ ବର୍ଷ ବିନା କୌଣସି ବିଦେଶୀ ଅତିଥିରେ ଭାରତ ନିଜର ସାଧାରଣତନ୍ତ୍ର ଦିବସ ପାଳନ କରିବ।

LEAVE A REPLY

Please enter your comment!
Please enter your name here