ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର। ଏହି ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ହେବ କୋଟି କୋଟି ଟଙ୍କା। ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ (ଟ୍ରଷ୍ଟ) ରାମଭକ୍ତଙ୍କ ସହାୟତା ଲୋଡ଼ି ଆଜିଠୁ ଚାନ୍ଦା ଆଦାୟ ଅଭିଯାନ ଆରମ୍ଭ କରିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଏହି ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଆଜି ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏହି ଟଙ୍କା ‘ଶ୍ରୀରାମ ଜନ୍ମ ମନ୍ଦିର ନିଧି ସମର୍ପଣ ସମିତି’ ପାଖକୁ ଯାଇଛି।

ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ତେବେ ମନ୍ଦିର ନିର୍ମାଣ ୧୫ ଜାନୁଆରିରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଫେବ୍ରୁଆରି ୨୭ ପର୍ଯ୍ୟନ୍ତ ଚାଲିବ। ପ୍ରତି ରାଜ୍ୟରେ ଥିବା ‘ଶ୍ରୀରାମ ଜନ୍ମ ମନ୍ଦିର ନିଧି ସମର୍ପଣ ସମିତି’ ଏଥିନିମନ୍ତେ ୧୫ ଦିନ ବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଚଲାଇବେ। ଏହାମାଧ୍ୟମରେ ସଂଗ୍ରହ ହୋଇଥିବା ଟଙ୍କା ସିଧା ରାମ ମନ୍ଦିର ନିର୍ମାଣ ପାଇଁ ଚାଲିବ।

LEAVE A REPLY

Please enter your comment!
Please enter your name here