ଓଡ଼ିଶାଲାଇଭ୍ ବ୍ୟୁରୋ
- ଆସିଲା ଦ୍ଵିତୀୟ ପର୍ଯ୍ୟାୟ ଟିକା
- ଆସିଲା ୩,୩୪,୫୩୪ ଡୋଜ କୋଭିସିଲ୍ଡ ଟିକା
- ତିନିଦିନ ଭିତରେ ସବୁ ଜିଲ୍ଲାକୁ ପଠାଯିବ
ଓଡ଼ିଶା ଆସିଲା ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକା। ମଙ୍ଗଳବାର ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ସ୍ଵତନ୍ତ୍ର ସ୍ପାଇସ ଜେଟ୍ ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିଛି ଟିକା। ୨ୟ ପର୍ଯ୍ୟାୟରେ ରାଜ୍ୟକୁ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ କୋଭିସିଲ୍ଡ ଟିକା ଆସିଛି।
ରାଜ୍ୟକୁ ଟିକା ଆସିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସେସବୁକୁ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ଟିକା ଭଣ୍ଡାରକୁ ଏହାକୁ ପଠାଯିବା ନେଇ ସୂଚନା ମିଳିଛି।
ପୂର୍ବରୁ ଜାନୁଆରି ୧୨ରେ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୭ ହଜାର ଡୋଜ କୋଭିସିଲ୍ଡ ଟିକା ରାଜ୍ୟରେ ପହଞ୍ଚିଥିଲା। ଏହାକୁ ରାଜ୍ୟ ଟିକା ଭଣ୍ଡାରେ ରଖାଯାଇ ପରେ ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା। ଏହାପରେ ୧୬ ତାରିଖରୁ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା।
















