ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସ୍କୁଲରେ ପଢ଼ିବା ସମୟରେ ଅସଲି ପରିଚୟ ଲୁଚାଇ ନକଲି ନାମ ବ୍ୟବହାର କରୁଥିଲେ ଅଭିନେତ୍ରୀ ଶ୍ରୁତି ହାସନ।
ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ ଫିଲ୍ମ ଜଗତରେ ବେଶ୍ ଲୋକପ୍ରିୟ। ବାପାଙ୍କ ଭଳି ସାଉଥ୍ ଫିଲ୍ମରେ ସେ ବି ବେଶ୍ ନାମ ଅର୍ଜନ କରିଛନ୍ତି। ଏମତିକି ଶ୍ରୁତିଙ୍କୁ କମଲ ହାସନଙ୍କ ଛାଇ ବୋଲି ବି କୁହାଯାଇଥାଏ। ଆଜି ଏହି ଚୁଲବୁଲି ଅଭିନେତ୍ରୀ ୩୫ ବର୍ଷ ବୟସରେ ପାଦ ଦେଇଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନର ଏକ ରୋଚକ କଥା ବିଷୟରେ…
ଶ୍ରୁତି କେବଳ ସାଉଥ ଫିଲ୍ମରେ ନୁହେଁ ବଲିଉଡ ଫିଲ୍ମରେ ବି ଅଭିନୟ କରିଛନ୍ତି। ଅବଶ୍ୟ ବଲିଉଡରେ ତାଙ୍କୁ ବେଶୀ ସଫଳତା ମିଳିନାହିଁ।
ଶ୍ରୁତିଙ୍କ ବିଷୟରେ ଗୋଟିଏ କଥା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଶ୍ରୁତି ସ୍କୁଲରେ ପଢ଼ୁଥିବା ସମୟରେ ନିଜ ଅସଲି ପରିଚୟ ଲୁଚାଇଥିଲେ। ସେ ସ୍କୁଲ ସମୟରେ ନିଜକୁ ପୂଜା ରାମଚନ୍ଦ୍ରନ ବୋଲି ପରିଚୟ ଦେଉଥିଲେ। ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ଅସଲ ପରିଚୟ ସମ୍ପର୍କରେ କେହି ଜାଣିବାକୁ ପାଇନଥିଲେ।
ତେବେ ଏହାର କାରଣ ସେ ଜଣେ ସେଲିବ୍ରିଟିଙ୍କ ଝିଅ ବୋଲି ପରିଚୟ ଦେବାକୁ ଚାହୁଁନଥିଲେ। ସେ ଜଣେ ବଡ଼ ସେଲିବ୍ରିଟିଙ୍କ ଝିଅ ଏକଥା କେହି ନଜାଣନ୍ତୁ ବୋଲି ସେ ଚାହୁଁଥିଲେ।
ତେବେ ଶ୍ରୁତି କେବଳ ଜଣେ ଅଭିନେତ୍ରୀ ନୁହନ୍ତି ସେ ଆହୁରି କେତେକ ଗୁଣର ଅଧିକାରୀ। ସେ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ମଡେଲ, ଗାୟିକା ଓ ଜଣେ ଭଲ ମ୍ୟୁଜିକ କମ୍ପୋଜର। ସେ ୮ ଟି ଭିନ୍ନ ଭାଷା ପ୍ରାଞ୍ଜଳ ଭାବେ କହିପାରନ୍ତି।