ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପୁଣି ଏକ ପଲିଟିକାଲ ଡ୍ରାମା ଫିଲ୍ମ ପାଇଁ ସାଇନ କରିଛନ୍ତି। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ନିଭାଇବେ ବୋଲି ଜଣାପଡ଼ିଛି। ତେବେ ଏହି ଫିଲ୍ମ ଇନ୍ଦିରାଙ୍କ ବାୟୋପିକ ନୁହେଁ ବୋଲି କଙ୍ଗନା ସ୍ପଷ୍ଟ କରିଛନ୍ତି। ଫିଲ୍ମରେ ଇନ୍ଦିରାଙ୍କ ଚରିତ୍ର ନିଭାଇବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଘୋଷଣା ହେବା ପରେ କଙ୍ଗନାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ବିଜେପି ତାଙ୍କଠାରୁ ମୁହଁ ଫେରାଇ ନେଲା କି  ବୋଲି ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି।

ତେବେ ଏହି ଫିଲ୍ମର ଟାଇଟଲ ଠିକ୍‌ ହୋଇନଥିଲା ବେଳେ ଏକେ କାହାଣୀ ଲେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଙ୍ଗନା ନିଜେ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିବେ। ଫିଲ୍ମଟି ବର୍ତ୍ତମାନ ପିଢ଼ିର ପିଲାଙ୍କୁ ଭାରତର ସାମାଜିକ ଓ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଜଣାଇବ ବୋଲି କହିଛନ୍ତି କଙ୍ଗନା।

ଅନ୍ୟପଟେ କଙ୍ଗନାଙ୍କ ପାଖରେ ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ରହିଛି। କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ଥଲାଇଭି’ ରିଲିଜ ହେବାର ଅଛନ୍ତି। ଏହି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି। ସେହିପରି ତାଙ୍କର ଆଉ କିଛି ଫିଲ୍ମ ମଧ୍ୟରେ ରହିଛି ‘ଧାକଡ’, ‘ତେଜସ’, ‘ମଣିକର୍ଣ୍ଣିକା ଦ ରିଟର୍ଣ୍ଣସ’।

LEAVE A REPLY

Please enter your comment!
Please enter your name here