ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀ ଆନ୍ଦୋଳନକୁ ନେଇ ସାରା ଦେଶରେ ଝଡ଼ ଉଠିଥିବା ବେଳେ ସୋମବାର ରାଜ୍ୟସଭାରେ ଏମଏସପିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏମଏସପି ଅଛି, ଥିଲା ଏବଂ ଆଗକୁ ରହିବ ବୋଲି ମୋଦୀ କହିଛନ୍ତି। ଏଥିସହ ଚାଷୀମାନଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ସେ ଅପିଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚାଷୀମାନଙ୍କ ପାଇଁ ଦେଶରେ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଆଗରୁ ଯେମିତି ଥିଲା ଏବେବି ସେମିତି ରହିବ। ସେଥିରେ କୌଣସି ପରିବର୍ତ୍ତନ ହେବନାହିଁ। ଚାଷୀଙ୍କ ସମସ୍ୟା କିଭଳି ଦୂର କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ଏଥି ସହ ଚାଷୀଙ୍କ ଆୟ ବୃଦ୍ଧି ମଧ୍ୟ କରାଯିବ। ତେଣୁ ଚାଷୀମାନେ ଏବେ ଆନ୍ଦୋଳନରୁ ଓହରିଯିବା ଆବଶ୍ୟକ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଦଳ ପଞ୍ଜାବର ଚାଷୀମାନଙ୍କୁ ଭୂଆଁ ବୁଲାଉଛନ୍ତି। ଫଳରେ ସେମାନେ ଦିଲ୍ଲୀରେ ଧାରଣାରେ ବସିଛନ୍ତି। ତେଣୁ ଚାଷୀମାନଙ୍କୁ ଭୂଆଁ ବୁଲାଉଥିବା ସେହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ଜରୁରୀ।

LEAVE A REPLY

Please enter your comment!
Please enter your name here