ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଫିସରୁ କର୍ମୀମାନେ ବିଧାନସଭା ଆଡ଼କୁ ଆସୁଥିଲା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଫଳରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।
ସେହିପରି ଖୋର୍ଦ୍ଧା ରୋଡ଼ରେ ଟାୟାର୍ ଜାଳି ରାସ୍ତାରୋକ୍ କଲେ କଂଗ୍ରେସ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବେଳେ ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ କର୍ମୀମାନେ ପିକେଟିଂ କରୁଛନ୍ତି। ଏନଏଚରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ, ଶହ ଶହ ଗାଡ଼ି ଅଟକ ରହିଛି।
ମାଲକାନିଗିରି, ଢେଙ୍କାନାଳ, ଜୟପୁର ଆଦିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ଅନ୍ୟପଟେ କଂଗ୍ରେସର ଏହି ଓଡ଼ିଶା ବନ୍ଦକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି। ଲୋକେ ଆପଣାଛାଏଁ ସମର୍ଥନ କରିଛନ୍ତି। ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଦୁଃଖ ବୁଝିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ନୁହଁନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।


















