ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଶିବରାତ୍ରି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ରାତି ୧୦ ଟା ସୁଦ୍ଧା ବାବା ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବ। ଏନେଇ ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୧୧ରେ ଶିବାରାତ୍ରି ପଡୁଛି। କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଶିବାରାତ୍ରି ପାଇଁ କି କି ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଘୋଷିତ ହୋଇ ନଥିଲେ ହେଁ, ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମହାଦୀପ ଉଠିବା ସମୟ ଘୋଷଣା କରାଯାଇଛି। ଏନେଇ ଟ୍ରଷ୍ଟ ପକ୍ଷରୁ ମନ୍ଦିରର ବିଭିନ୍ନ ସେବାୟତ ନିଯୋଗ ସହିତ ଆଲୋଚନା ହୋଇଥିଲା।ପ୍ରତି ବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ଧୁମଧାମରେ ପାଳିତ ହୋଇଥାଏ ଓ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ତେବେ କରୋନା ଯୋଗୁଁ ଏବର୍ଷ ଭକ୍ତଙ୍କ ସମାଗମ ସୀମିତ ରହିବାର ସମ୍ଭାବନା ରହିଛି।

Comment