ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଅପକମିଙ୍ଗ୍ ଫିଲ୍ମ ‘ଚେହ୍‌ରେ’ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏପ୍ରିଲ ୩୦ ତାରିଖରେ ଏହା ମୁକ୍ତିଲାଭ ହେବ। ଏହି ଫିଲ୍ମରେ ଦର୍ଶକ ବିଗ୍ ବି ଅମିତାଭଙ୍କ ସହ ଇମ୍ରାନ ହାସମୀଙ୍କୁ ଦେଖିବାକୁ ପାଇବେ। ମଙ୍ଗଳବାର ଏକ ଟୁଇଟ କରି ଇମ୍ରାନ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି।

ବଲିଉଡ ବିଗ ବି ଅମିତାଭ ବଚ୍ଚନଙ୍କ ସହ ଇମ୍ରାନଙ୍କର ଏହା ପ୍ରଥମ ସିନେମା। ଏଥିରେ ଅମିତାଭ ଜଣେ ଓକିଲ ଚରିତ୍ରରେ ଅଭିନୟ କରୁଥିଲାବେଳେ ଇମ୍ରାନ ହାସମୀ ଜଣେ ବିଜନେସ୍‌ ମ୍ୟାନ ଚରିତ୍ରରେ ଅଭିନୟ କରୁଛନ୍ତି। ଏହା ଏକ ଥ୍ରୀଲର ଫିଲ୍ମ।

ଆନନ୍ଦ ପଣ୍ଡିତ ମୋସନ ପିକଚର୍ସ ଓ ସରସ୍ୱତୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଦ୍ୱାରା ଫିଲ୍ମଟି ନିର୍ମାଣ ହେଉଥିବା ବେଳେ ନିର୍ଦ୍ଦେଶକ ରୂମି ଜେଫ୍‌ରୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

ଫିଲ୍ମ ‘ଚେହ୍‌ରେ’ରେ କ୍ରିତି ଖରବନ୍ଦା, ସିଦ୍ଧାନ୍ତ କପୁର, ଦ୍ରିତମାନ ଚକ୍ରବର୍ତ୍ତୀ, ରଘୁବୀର ଯାଦବ ଏବଂ ଅନୁ କପୁର ବିଭିନ୍ନ ଭୂମିକାରେ ନଜର ଆସିବେ। ପ୍ରଥମ ଥର ଅମିତାଭ ଓ ଇମ୍ରାନ ଗୋଟିଏ ଫିଲ୍ମରେ ଅଭିନୟ କରିଥିବାରୁ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଫିଲ୍ମ ନିର୍ମାତା ଆଶବାଦୀ ରହିଛନ୍ତିା

LEAVE A REPLY

Please enter your comment!
Please enter your name here