ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏମିତି କିଛି ବଲିଉଡ ନାୟିକା ଅଛନ୍ତି, ଯେଉଁମାନେ ସାଉଥରେ ବି ହିଟ୍‌ ହରୋଇନର ମାନ୍ୟତା ପାଇଛନ୍ତି। ଯଦି ଆପଣ ଭାବୁଥିବେ ଯେ ସେମାନେ ଦକ୍ଷିଣ ଭାରତୀୟ, ତେବେ ତାହା ଆପଣଙ୍କର ଭୁଲ୍‌ ଧାରଣ।

କିଛି ନାୟିକା ବଲିଉଡ ଅପେକ୍ଷା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକ ସକ୍ରିୟ ଅଛନ୍ତି। ସାଧାରଣ ଦର୍ଶକ ଭାବନ୍ତି ବୋଧହୁଏ ସେହି ନାୟିକାମାନଙ୍କ ଘର ଦକ୍ଷିଣ ଭାରତରେ, ସେଥିପାଇଁ ସେମାନେ ବେଶୀ ସାଉଥ୍‌ ସିନେମାରେ ନଜର ଆସୁଛନ୍ତି। ହେଲେ ତାହା ସତ ନୁହେଁ। ଆସନ୍ତୁ ଜାଣିବା ଏମିତି କିଛି ହିଟ୍‍ ନାୟିକାଙ୍କ ବିଷୟରେ।

ଇଲିଆନା ଡିକ୍ରୁଜ୍

ବଲିଉଡରେ ସୁପରହିଟ୍‌ ଫିଲ୍ମ ‘ବର୍ଫି’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ ଇଲିଆନା। ତା’ପରେ ସେ ‘ମେଁ ତେରା ହିରୋ’, ‘ବାଦ୍‌ଶାହୋ’ ଓ ‘ରେଡ୍’ ଆଦି ସୁପରହିଟ୍ ଫିଲ୍ମରେ ନାୟିକା ଭାବେ ନଜର ଆସିଛନ୍ତି। ହେଲେ ଆପଣ କ’ଣଜାଣନ୍ତି କି ଇଲିଆନା ଡିକ୍ରୁଜ୍‌ ବଲିଉଡରେ ଯେତିକି ସିନେମାରେ ଅଭିନୟ କରିଛନ୍ତି, ତା’ଠାରୁ ଆହୁରି ଅଧିକ ସଂଖ୍ୟକ ତେଲୁଗୁ ଓ ତାମିଲ ଫିଲ୍ମରେ ନାୟିକା ବନିଛନ୍ତି ଇଲିଆନା।

ଇଲିଆନ୍‌ ସାଉଥ୍‌ର ସୁପରଷ୍ଟାର। ତେବେ ତାଙ୍କ ଘର ଦକ୍ଷିଣ ଭାରତରେ ନୁହେଁ। ସେ ଗୋଆର ଅଧିବାସୀ।

କାଜଲ ଅଗ୍ରୱାଲ୍

ବଲିଉଡରେ ‘ସିଂଘମ୍‌’ ଓ ‘ସ୍ପେଶାଲ୍‌ ଛବିଶ୍‌’ ଭଳି ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି କାଜଲ୍ ଅଗ୍ରୱାଲ୍। ସେ କିନ୍ତୁ ବହୁ ବ୍ଲକବଷ୍ଟର ତେଲୁଗୁ ସିନେମାରେ ହିରୋଇନ୍ ବନି ସାଉଥ୍ ସୁପରଷ୍ଟାର ହୋଇଛନ୍ତି। ଯଦି ଆପଣ ଭାବୁଥିବେ ଯେ କାଜଲ ଦକ୍ଷିଣ ଭାରତର ବାସିନ୍ଦା, ତେବେ ତାହା ଠିକ୍ ନୁହେଁ। ପ୍ରକୃତରେ କାଜଲ୍ ଅଗ୍ରୱାଲ ମୁମ୍ବାଇରେ ରହନ୍ତି।

ତାପସୀ ପନୁ

ହିନ୍ଦୀ ସିନେମା ‘ନାମ ଶବାନା’, ‘ପିକୁ’, ‘ଜୁଡୱା-୨’, ‘ପିଙ୍କ୍’, ‘ମେଁ ତେରା ହିରୋ’ ଓ ‘ମୁଲ୍‌କ’ ଆଦିର ନାୟିକା ତାପସୀ ପନୁ ସାଉଥ୍‌ରେ ଅନେକ ହିଟ୍ ସିନେମାରେ ଅଭିନୟ କରିଛନ୍ତି। ସେ ପ୍ରକୃତରେ ଦକ୍ଷିଣ ଭାରତୀୟ ନାୟିକା ନୁହଁନ୍ତି କି ତାଙ୍କ ଘର ସେହି ଅଞ୍ଚଳରେ ନୁହେଁ। ତାପସୀ ଦିଲ୍ଲୀରେ ରହନ୍ତି।

ତମନ୍ନା ଭାଟିଆ

ବଲିଉଡ ସୁପରଷ୍ଟାର ଅଜୟ ଦେବଗନ୍‌ଙ୍କ ବିପକ୍ଷରେ ‘ହିମ୍ମତୱାଲା’ ଓ ଅକ୍ଷୟ କୁମାରଙ୍କ ସହିତ ‘ଏଣ୍ଟରଟେନମେଣ୍ଟ’ ଭଳି ସିନେମାରେ ହିରୋଇନ ବନିଥିଲେ ତମନ୍ନା ଭାଟିଆ। ହେଲେ ସେ ଆଜି ବି ବଲିଉଡ ଅପେକ୍ଷା ସାଉଥ୍‌ରେ ଅଧିକ ସକ୍ରିୟ।

ସାଉଥ୍‌ର ଜଣେ ଫିମେଲ୍‌ ଷ୍ଟାର୍ ହେଲେ ତମନ୍ନା ଭାଟିଆ। କିନ୍ତୁ ତମନ୍ନା ମୂଳତଃ ଜଣେ ପଞ୍ଜାବୀ ଓ ସେ ମୁମ୍ବାଇରେ ରହନ୍ତି।

ଭୂମିକା ଚାୱଲା

ସଲମାନ୍‌ ଖାନଙ୍କ ଅପୋଜିଟ୍‌ରେ ‘ତେରେ ନାମ୍‌’ ସିନେମାରେ ହିରୋଇନ୍‌ ବନି ଚର୍ଚ୍ଚାକୁ ଆସିଥିଲେ ଭୂମିକା ଚାୱଲା। କିନ୍ତୁ ବଲିଉଡରେ ଜଣେ ଟପ୍‌ ହିରୋଇନ୍‌ ହେବାରେ ସକ୍ଷମ ହେଲେ ନାହିଁ ଭୂମିକା। ଅନ୍ୟପକ୍ଷରେ ଭୂମିକା ତେଲୁଗୁ ଓ ତାମିଲ୍‌ ସିନେମା ଜଗତର ଜଣେ ଟପ୍‌ ହିରୋଇନ୍‌। ତେବେ ଭୂମିକା ଚାୱଲା ଦକ୍ଷିଣ ଭାରତୀୟ ନୁହଁନ୍ତି, ତାଙ୍କର ଘର ଦିଲ୍ଲୀରେ।

ହଂସିକା ମୋତୱାନୀ

ଶିଶୁ କଳାକାରରୁ ନାୟିକା ଭାବେ କ୍ୟାରିଅର୍‌ରେ  ସଫଳ ହୋଇଛନ୍ତି ହଂସିକା ମୋତୱାନୀ। ଅବଶ୍ୟ ବଲିଉଡରେ ତାଙ୍କୁ ସେଭଳି ସଫଳତା ମିଳିନାହିଁ।

ଅପରପକ୍ଷରେ ହଂସିକା ମୋଟୱାନୀ ତାମିଲ ଓ ତେଲୁଗୁ ସିନେମାର ଜଣେ ଆଗଧାଡ଼ିର ନାୟିକା। ସେ ହିନ୍ଦୀ ସିନେମା ‘ତେରା ସୁରୁର୍‌’ରେ ହିରୋଇନ୍ ଭାବେ ମଧ୍ୟ କାମ କରିଛନ୍ତି। ସଂପ୍ରତି ହଂସିକା ରହୁଛନ୍ତି ମୁମ୍ବାଇରେ।

ନଗମା

‘ବାଗୀ’ ଓ ‘କୁଆଁରା’ ସମେତ ବେଶ୍ କେତୋଟି ହିନ୍ଦୀ ସିନେମାରେ ନାୟିକା ବନିଥିଲେ ନଗମା। ଏହାପରେ ଦକ୍ଷିଣ ସିନେମା ଆଡକୁ ମୁହାଁଇଥିଲେ। ସେଠି ନଗ୍‌ମା ଅନେକ ତେଲୁଗୁ ଓ ତାମିଲ୍ ସିନେମାରେ ବି ନାୟିକା ଭୂମିକାରେ ଅଭିନୟ କରି ସଫଳତା ହାସଲ କରିଥିଲେ।

ଅନେକ ଲୋକଙ୍କର ଧାରଣା ଯେ ନଗମା ଜଣେ ଦକ୍ଷିଣ ଭାରତୀୟ। କିନ୍ତୁ ପ୍ରକୃତରେ ସେ ମୁମ୍ବାଇର ବାସିନ୍ଦା।

LEAVE A REPLY

Please enter your comment!
Please enter your name here