ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ଜନିତ ସଟ୍ଡାଉନ ବେଳେ କଟକ ଏସ୍ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ କରିଛି ଜୟ ଜଗନ୍ନାଥ ସେବା ସମିତି। ଟ୍ରଷ୍ଟର ସଦସ୍ୟମାନେ ରବିବାରଦିନ ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।
ସଟ୍ଡାଉନ ପାଇଁ ସମସ୍ତ ଦୋକାନ ବଜାର ସହ ଆହାର କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା। ତେଣୁ ମେଡିକାଲ ପରିସରରେ ଲୋକମାନେ ଯେପରି ଖାଦ୍ୟ ପାଇଁ ହଇରାଣ ନହୁଅନ୍ତୁ, ଏହାକୁ ଦୃଷ୍ଟିରେ ରଖି ଜୟ ଜଗନ୍ନାଥ ସେବା ସମିତି ଖାଦ୍ୟ ବଣ୍ଟନ ପାଇଁ ଆଗେଇ ଆସିଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
ଏହି ବଣ୍ଟନ କାର୍ଯ୍ୟରେ ମଙ୍ଗଳାବାଗ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଅମିତାଭ ମହାପାତ୍ର ଏବଂ ଅଭିନେତା ଶ୍ରୀତମ ଦାଶ ଯୋଗଦେଇଥିବା ବେଳେ ଜୟ ଜଗନ୍ନାଥ ସେବା ସମିତିର ଟ୍ରଷ୍ଟି ନିଳାଦ୍ରୀ ଭୂଷଣ ଦାଶ, ସହ-ସମ୍ପାଦକ ହରମୋହନ ନାୟକ, ସଭ୍ୟ ରାଜା ସାହୁ, ସାନ୍ତନୁ ସାମଲ, ଲୋକନାଥ ମହାରଣା, ଆଶିଷ ସାହୁ, ବିଶ୍ଵଜିତ ପଣ୍ଡା, ରିତା ପ୍ରଧାନ, ଜ୍ୟୋତି ପ୍ରଧାନ ପ୍ରମୁଖ ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।
















