ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ୟାସ୍‌କୁ ଦୃଷ୍ଟିରେ ରଖି ରାଜ୍ୟରେ ଦୁଇ ଦିନ ଲକ୍‌ଡାଉନ୍‌କୁ କୋହଳ କରାଯାଇଛି। ସୋମବାର ଓ ମଙ୍ଗଳବାର ଲୋକମାନେ ମଧ୍ୟାହ୍‌ଣ ୧ଟା ପର୍ଯ୍ୟନ୍ତ ଜିନିଷପତ୍ର କିଣିବା ପାଇଁ ବଜାରକୁ ଯାଇପାରିବେ। ଲକ୍‌ଡାଉନ୍ ବଳବତ୍ତର ରହିଥିବାରୁ ସକାଳ ୭ଟାରୁ ଦିନ ୧୧ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି କରାଯାଇଥିଲା । କିନ୍ତୁ ଏହି ନିୟମକୁ ପରିବର୍ତ୍ତନ କରାଯାଇ ଏବେ ଦିନ ୧ଟା ପର୍ଯ୍ୟନ୍ତ କରାଯାଇଥିବା ଏସ୍ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ବାତ୍ୟା ପୂର୍ବରୁ ଲୋକେ କିପରି ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଲକ୍‌ଡାଉନ୍ ନିୟମକୁ କୋହଳ କରାଯାଇଛି। କରୋନା କଟକଣାକୁ ମାନି ଲୋକମାନେ ବଜାରକୁ ଯାଇ ଜିନିଷ କିଣିପାରିବେ। ରାସ୍ତାକଡ଼ ଦୋକାନ, କ୍ଷୀର, ପାଉଁରୁଟି, ପନିପରିବା, ମାଛ, ମାଂସ, ଅଣ୍ଡା ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଇତ୍ୟାଦି ଖୋଲାରହିବ।

Comment