ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍ଡେଟ୍ରୁ।
- ବୁଧବାର ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ୍
- ଧାମରା ପାଖରେ ଅତିକ୍ରମ କରିବ ୟାସ୍
- ଘଣ୍ଟାପ୍ରତି ୧୫କିମି ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି
- ପାରାଦୀପଠାରୁ ୨୦୦କିମି ଦୂରରେ ରହିଛି ୟାସ୍
- ବାଲେଶ୍ୱରଠାରୁ ୨୯୦କିମି ଦୂରରେ ରହିଛି
- ଚଣ୍ଡିଖୋଲରୁ ବାଲେଶ୍ୱର ଗାଡ଼ି ଚଳାଚଳ ବନ୍ଦ
- ଅପରାହ୍ଣ ୪ଟା ସୁଦ୍ଧା ୨ଲକ୍ଷ ୧୦ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି
ସମୁଦାୟ ୪୫୦୦ଗର୍ଭବତୀ ମହିଳାକୁ ସ୍ଥାନାନ୍ତର କରାଯିବ- ଏଯାବତ୍ ୧ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି
- ଆଜି ବାତ୍ୟା ପରିସ୍ଥିତି ମଧ୍ୟରେ ୪୦୦ଶିଶୁ ଜନ୍ମ ନେଇଛନ୍ତି
- ବାଲେଶ୍ୱର ଜିଲ୍ଲାରୁ ପାଖାପାଖି ୭୪ହଜାର ୧୩୨ଜଣଙ୍କୁ ସ୍ଥାନାନ୍ତର କରାଯାଇଛି
- ଭଦ୍ରକରୁ ୭୩ହଜାର ୧୦୩ଜଣଙ୍କୁ ସ୍ଥାନାନ୍ତର
- ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟାର ଅଧିକ ପ୍ରଭାବ ରହିବ
- ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
- ନିୟମିତ ଭାବରେ ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ

















