ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବିଭିନ୍ନ ସ୍ଥାନରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ଦିନ ଟୁଇନ୍ ସିଟି କଟକ, ଭୁବନେଶ୍ଵରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍ କରିଛି। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ପମ୍ପରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୧ ପଇସା ରହିଥିବା ବେଳେ କଟକରେ ଏହା ୧୦୦ ଟଙ୍କା ୨୭ ପଇସା ରହିଛି।

ପୂର୍ବରୁ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଆଦି ଜିଲ୍ଲାଗୁଡ଼ିକରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍ କରିଥିଲା।କରୋନା ମହାମାରୀର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପେଟ୍ରୋଲ, ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଏହାକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ି ଯାଇଛି। ଗୋଟିଏ ପଟେ କରୋନା ସମସ୍ତଙ୍କର ଜୀବନ ଜୀବିକା ଛଡ଼ାଇ ନେଇଥିବା ବେଳେ ଏହି ସମୟରେ ପୁଣି ତୈଳ ଦର ବୃଦ୍ଧି ଜନତାଙ୍କ ଉପରେ ଡବଲ୍ ମାଡ଼ ସଦୃଶ ହୋଇଛି।

ଅନ୍ୟପଟେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ପରିବହନରେ ସମସ୍ୟା ଦେଖାଦେଇଛି। ଫଳରେ ଦୈନନ୍ଦିନ ବ୍ୟବହାର ହେଉଥିବା ଗ୍ରୋସରୀ ସାମଗ୍ରୀ ଦର ମଧ୍ୟ ବଢ଼ିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here