ଓଡ଼ିଶାଲାଇଭ୍ ବ୍ୟରୋ
ପ୍ରସିଦ୍ଧ ବୈଜ୍ଞାନିକ ତଥା ଇସ୍ରୋର ପ୍ରତିଷ୍ଠାତା ବିକ୍ରମ ସାରାଭାଇଙ୍କ ଆଜି ୧୦୧ତମ ଜୟନ୍ତୀ। ୧୯୧୯ ମସିହା ଆଜିର ଦିନରେ ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ ସାରାଭାଇ। କେମ୍ବ୍ରିଜରେ ପାଠ ପଢ଼ାପରେ ୧୯୪୭ ସେ ଭାରତ ଫେରିଥିଲେ। ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁଁ ଦେଶ ଆଜି ତାଙ୍କୁ ମନେ ପକାଉଛି।
ବିକ୍ରମ ସାରାଭାଇଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଟୁଇଟ କରି ସାରାଦେଶକୁ ତାଙ୍କର ଭୂମିକା ସଂପର୍କରେ ଜଣାଇଛନ୍ତି।
ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଅନ୍ୟ ଦେଶ ତୁଳନାରେ ବହୁତ ପଛରେ ଥିଲା। ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ ଭାରତକୁ ବିଶ୍ୱର ଅନ୍ୟତମ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ତାଙ୍କର ସ୍ୱପ୍ନ ଥିଲା। ୧୯୬୯ରେ ଇସ୍ରୋ ପ୍ରତିଷ୍ଠା କରିବାରେ ତାଙ୍କର ବଡ଼ ଅବଦାନ ରହିଥିଲା। କେବଳ ଇସ୍ରୋ ନୁହେଁ ଦେଶର ବିଭିନ୍ନ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ମଧ୍ୟ ରହିଛି।
୨୦ ଡିସେମ୍ବର ୧୯୭୧ରେ ସେ ନିଜ ସାଥିମାନଙ୍କ ସହିତ ରକେଟ ପ୍ରକ୍ଷେପଣ ପାଇଁ ଥୁମ୍ବାରେ ଥିଲେ ମାତ୍ର ସେହି ରାତିରେ ହିଁ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା। ସାରାଭାଇଙ୍କ ମୃତ୍ୟୁପରେ ପରେ ୧୯ ଏପ୍ରିଲ ୧୯୭୫ରେ ଦେଶର ପ୍ରଥମ ସ୍ୟାଟେଲାଇଟ ଆର୍ଯ୍ୟଭଟ୍ଟ ଲଞ୍ଚ୍ କରାଯାଇଥିଲା । ଏହାର ନିର୍ମାଣ ବିକ୍ରମ ସାରାଭାଇ କରିଥିଲେ।