ଓଡ଼ିଶାଲାଇଭ୍ ବ୍ୟୁରୋ

ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମୋଟ୍ ୭ଟି ପର୍ଯ୍ୟାୟରେ ଫେବ୍ରୁଆରି ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏହି ୫ ରାଜ୍ୟରେ ଭୋଟ୍ ହେବ ବୋଲି ଶନିବାର ସାମ୍ଵାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି। ତେବେ କେଉଁ ରାଜ୍ୟରେ କେତୋଟି ପର୍ଯ୍ୟାୟ ଏବଂ କେଉଁ ତାରିଖରେ ମତଦାନ ହେବ, ଜାଣନ୍ତୁ।   ଉତ୍ତର ପ୍ରଦେଶ

ଉତ୍ତର ପ୍ରଦେଶରେ ମୋଟ୍ ୭ଟି ପର୍ଯ୍ୟାୟରେ ଯଥାକ୍ରମେ ଫେବ୍ରୁଆରି ୧୦, ୧୪, ୨୦, ୨୩, ୨୭, ମାର୍ଚ୍ଚ ୩ ଏବଂ ୭ ତାରିଖରେ ଭୋଟ୍ ହେବ। ୪୦୩ ବିଶିଷ୍ଟ ବିଧାନସଭା ଆସନ ପାଇଁ ଉତ୍ତର ପ୍ରଦେଶବାସୀ ମତଦାନ କରିବେ।

ମଣିପୁର

ମଣିପୁର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୬୦ ରହିଥିବା ବେଳେ ଏଠାରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ଫେବ୍ରୁଆରି ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୩ ତାରିଖରେ ମଣିପୁରରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ହେବ।ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡ

ଉତ୍ତର ପ୍ରଦେଶରେ ୭ଟି ଏବଂ ମଣିପୁରରେ ୨ଟି ପର୍ଯ୍ୟାୟରେ ମତଦାନ ହେବାନେଇ ଘୋଷଣା ହୋଇଥିବା ବେଳେ ବାକି ୩ଟି ରାଜ୍ୟ ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଫେବ୍ରୁଆରି ୧୪ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବ। ପଞ୍ଜାବରେ ୧୧୭ଟି, ଗୋଆରେ ୪୦ଟି ଏବଂ ଉତ୍ତରାଖଣ୍ଡରେ ୭୦ଟି ଆସନ ପାଇଁ ମତଦାନ ହେବ।  ଏହି ୫ ରାଜ୍ୟରେ ମାର୍ଚ୍ଚ ୧୦ ତାରିଖରେ ଭୋଟ୍ ଗଣତି ହୋଇ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here