ଓଡ଼ିଶାଲାଇଭ୍‌ ବ୍ୟରୋ

ବିଶିଷ୍ଟ ମହାକାଶ ବିଜ୍ଞାନୀ ତଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରତିଷ୍ଠାତା ବିକ୍ରମ ସାରାଭାଇଙ୍କ ଆଜି ଜୟନ୍ତୀ। ୧୯୧୯ ମସିହା ଆଜିର ଦିନରେ ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ ସାରାଭାଇ। କେମ୍ବ୍ରିଜରେ ପାଠ ପଢ଼ାପରେ ୧୯୪୭ ସେ ଭାରତ ଫେରିଥିଲେ। ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଯୋଗୁଁ ଦେଶ ଆଜି ତାଙ୍କୁ ମନେ ପକାଉଛି।

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଅନ୍ୟ ଦେଶ ତୁଳନାରେ ପଛରେ ଥିଲା। ତେଣୁ ଏ କ୍ଷେତ୍ରରେ ଭାରତକୁ ବିଶ୍ୱର ଅନ୍ୟତମ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ସାରାଭାଇଙ୍କର ସ୍ୱପ୍ନ ଥିଲା। ଏହି ଲକ୍ଷ୍ୟ ନେଇ ୧୯୬୯ରେ ଇସ୍ରୋ ପ୍ରତିଷ୍ଠା କରିବାରେ ତାଙ୍କର ବଡ଼ ଅବଦାନ ମଧ୍ୟ ରହିଛି। ଇସ୍ରୋ ସହିତ ଦେଶର ବିଭିନ୍ନ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ମଧ୍ୟ ତାଙ୍କର ଅତୁଳନୀୟ ଭୂମିକା ରହିଛି।

୨୦ ଡିସେମ୍ବର ୧୯୭୧ରେ ସାରାଭାଇ ନିଜ ମହାକାଶ ବିଜ୍ଞାନୀ ସାଥୀମାନଙ୍କ ସହିତ ଏକ ରକେଟ ପରୀକ୍ଷଣ ପାଇଁ ଥୁମ୍ବାରେ ଥିଲେ, ମାତ୍ର ସେହି ରାତିରେ ହିଁ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା। ସାରାଭାଇଙ୍କ ମୃତ୍ୟୁପରେ ପରେ ୧୯ ଏପ୍ରିଲ ୧୯୭୫ରେ ଦେଶର ପ୍ରଥମ ସ୍ୟାଟେଲାଇଟ ଆର୍ଯ୍ୟଭଟ୍ଟ ଲଞ୍ଚ୍‌ କରାଯାଇଥିଲା । ଏହାର ନିର୍ମାଣ ବିକ୍ରମ ସାରାଭାଇ କରିଥିଲେ।

Tags: #VikramSarabhai #ISRO #ବିକ୍ରମସାରାଭାଇ

LEAVE A REPLY

Please enter your comment!
Please enter your name here