ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ଅଲ୍ ଇଣ୍ଡିଆ ଡିଏସଓ କୋରାପୁଟ ଜିଲ୍ଲା ୟୁନିଟ ପକ୍ଷରୁ ଦଶମ ଶ୍ରେଣୀ ସମିଟିଭ ପରୀକ୍ଷା ଫର୍ମ ପୂରଣ ଦେୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଏକ ଦାବିପତ୍ର ଡେପୁଟି ସେକ୍ରେଟାରୀଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ଏଆଇଡିଏସଓ କୋରାପୁଟ ଜିଲ୍ଲା ଆବାହକ ଜଗନ୍ନାଥ ହରିଜନଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ଜୟପୁର ବୋର୍ଡ ଅଫିସଠାରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସହ କୋରାପୁଟ ଭଳି ଏକ ଆର୍ଥିକ ଅନଗ୍ରସର ଜିଲ୍ଲାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କଠାରୁ ସମିଟିଭ୍ ପରୀକ୍ଷା ଫର୍ମ ପୂରଣ ବାବଦକୁ ୪୨୦ ଟଙ୍କା ଆଦାୟ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏଥିଯୋଗୁଁ ଅନେକ ଗରୀବ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ପରୀକ୍ଷା ଫିସ ଦେଇନପାରି ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଏଭଳି ଅଧିକାଂଶ ପରିବାର ଏହି ଫିସ୍ ଦେବାକୁ ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି। ତେଣୁ ଶିକ୍ଷା ବିଭାଗ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଦାବି କରାଯାଇଛି। ଏହା ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ପ୍ରମିଳା ପୂଜାରୀ, ଶଶିଧର ଭୂମିଆ ଏବଂ ବସନ୍ତ ଗାଦବା ପ୍ରମୁଖ ଉପସ୍ଥିତ ଥିଲେ।

Tags: #Education #Koraput #AllIndiaDSO #FormFillUp #ExamFee

LEAVE A REPLY

Please enter your comment!
Please enter your name here