ଓଡ଼ିଶାଲାଇଭ୍ ବ୍ୟୁରୋ

ଆମଶରୀରରେ ଯେତେବେଳେ ଇନସୁଲିନର ମାତ୍ରାରେ କିଛି ଅନିୟମିତା ଦେଖାଯାଏ ବା ଏହାର କ୍ଷରଣ ବନ୍ଦ ହୋଇଯାଏ ସେତେବେଳେ ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଯାଇଥାଏ। ଏହି ଅବସ୍ଥାକୁ ଡାଇବେଟିସ୍‌ ବା ମଧୁମେହ କୁହାଯାଏ।

ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହି ରୋଗକୁ କେବଳ ଔଷଧ ଖାଇ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ସ୍ୱାସ୍ଥ୍ୟକର ଜୀବନଶୈଳୀ, ଔଷଧ, ଡାଏଟ୍‌ ଏବଂ ବ୍ୟାୟାମ। ବ୍ୟାୟାମର କୌଣସି ବିକଳ୍ପ ନାହିଁ। ତେଣୁ, ଡାଏବେଟିସ୍‌ ନିୟନ୍ତ୍ରଣ କରିବାରେ ଏକ ଭଲ ଉପାୟ ହେଉଛି ବ୍ୟାୟାମ।

“ବ୍ୟାୟାମର କୌଣସି ବିକଳ୍ପ ନାହିଁ। ତେଣୁ ଡାଏବେଟିସ୍ ନିୟନ୍ତ୍ରଣ କରିବାରେ ଏକ ଭଲ ଉପାୟ ହେଲା ବ୍ୟାୟାମ। ପ୍ରତିଦିନ ଅନ୍ତତଃ ୩୦ ମିନିଟ୍ ପାଇଁ ବିଭିନ୍ନ ଶାରୀରିକ ବ୍ୟାୟାମ କଲେ ଡାଏବେଟିସକୁ ଆମେ ନିୟନ୍ତ୍ରଣ ରଖିପାରିବା। ତେଣୁ ସ୍କ୍ୱାଟ, ପୁଷ୍‌ଅପ୍‌, ଜମ୍ପିଂ, ସ୍ପଟ ଜଙ୍ଗିଂ, ପ୍ଲାଙ୍କ୍ ଭଳି ବ୍ୟାୟମ ଘରେ ଥାଇବି କରିପାରିବେ’’, କହିଛନ୍ତି ଫିଟ୍‌ନେସ୍‌ ଏକ୍ସପର୍ଟ ହରିପ୍ରସାଦ ପଟ୍ଟନାୟକ।

ଘରକୁ ଥରେ ଡାଏବେଟିସ୍ ଅତିଥି ହୋଇ ଆସିଲେ ସେ ସବୁଦିନ ପାଇଁ ଆମ ସାଙ୍ଗରେ ରହିଯାଏ। ତେଣୁ ସ୍ୱାସ୍ଥ୍ୟକର ଜୀବନଶୈଳୀ ହିଁ ଆମକୁ ଡାଏବେଟିସଠାରୁ ଦୂରେଇ ରଖିବ।

Tags: #Diabetes #Exercise #Yoga #Health #Odisha #Gym

LEAVE A REPLY

Please enter your comment!
Please enter your name here