ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଭୁବନେଶ୍ୱରର ୩ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ପାଇକନଗରର ୪ ତାଲା ବିଲଡିଂ, ନୟାଗଡ଼ ନଛିପୁରସ୍ଥିତ ପୈତୃକ ଘର ସମେତ ତମାଣ୍ଡୋ ଥାନାର ଏସଓ ଅଫିସରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ।
ଏହି ରେଡ୍ରେ ସାମିଲ ଅଛନ୍ତି ୩ଜଣ ଡିଏସପି, ୧୧ଜଣ ଇନ୍ସପେକ୍ଟର ଓ ୬ଜଣ ଏସଆଇ।
Tags: #VigilanceRaid #TamandoPoliceStationSI #ChargesofEmbezzlement #Bhubaneswar #Odisha



















