ଓଡ଼ିଶାଲାଇଭ୍ ବ୍ୟୁରୋ
ବଡ଼ଦିନ ଅବସରରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଯାହାର ନାଁ ରହିଥିଲା ‘ବଡ଼ଦିନ ବଡ଼ ସ୍ୱପ୍ନ’। ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ଓଡ଼ିଶା ବଧିର ମହାସଂଘରେ ବଡ଼ଦିନ ପାଳନ କରିଥିଲେ ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ କର୍ମୀ।
‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ସେଠାରେ ଯାଦୁଗର ଜେ.କେ. ସାହୁଙ୍କ ‘ମାୟାଜାଲ’ ମ୍ୟାଜିକ୍ ସୋ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ବଧିର ମହାସଂଘର ସମସ୍ତ ପିଲା ଏବଂ ସଭ୍ୟ/ସଭ୍ୟାମାନେ ମ୍ୟାଜିକ୍ ସୋ’ର ଭରପୁର ମଜା ଉଠାଇବା ସହ ବଡ଼ଦିନରେ ବଡ଼ ସ୍ୱପ୍ନ ଦେଖିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।
ଓଡିଆ ସିନେଜଗତର କଳାକାରମାନଙ୍କୁ ପାଖରେ ପାଇ ପିଲାମାନେ ଖୁବ ଖୁସି ହୋଇଥିଲେ। କେକ୍ କାଟି ବଡ଼ଦିନ ପାଳନ କରିବା ସହିତ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଶୁଭ ମନାସୀ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରୁନଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନେକ ପର୍ବପର୍ବାଣୀରେ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ମାୟାଧର ନାୟକ ଯୋଗଦେଇଥିଲେ। ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଏବଂ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସନାୟକ, ଓଡ଼ିଆ ସିନେଜଗତର ଅଭିନେତା ସମରେଶ ରାଉତରାୟ, ଅଭିନେତ୍ରୀ ପୁନମ୍ ମିଶ୍ର, ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବିଶ୍ୱଜିତ୍ ପଣ୍ଡା, ବୈଷ୍ଣବ ଭୋଳ, ସତ୍ୟ ସୁମନ୍, ଅସିତ୍ ସାହୁ, ପବନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ ଏବଂ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
Tags: #UDRACharitableTrust #OdishaDeafAssociation #AkashDasnayak #ChristmasCelebration #Odisha #Bhubaneswar