ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ଵକପକୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ବିଶ୍ଵର ସବୁଠାରୁ ବଡ଼ ହକିଷ୍ଟିକ୍ ତିଆରି କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବୁଧବାର ଦିନ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ଵକପର ଉଘାଟନୀ ଉତ୍ସବ। ଏହା ପୂର୍ବରୁ କଟକ ବାଲିଯାତ୍ରା ପଡ଼ିଆରେ ପ୍ରାୟ ୧୦୦ ଫୁଟ ଲମ୍ବର ହକିଷ୍ଟିକ ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଏହି ହକିଷ୍ଟିକର ଉଚ୍ଚତା ରହିଛି ପ୍ରାୟ ୨୨ ଫୁଟ।

ବାଲିଯାତ୍ରା ପଡ଼ିଆରେ ତିଆରି ଥିବା ଏହି ହକିଷ୍ଟିକ ବିଶ୍ଵର ସବୁଠାରୁ ବଡ଼ ହକିଷ୍ଟିକ ବୋଲି ଦାବି କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଏଥିରେ ବ୍ୟବହାର ହୋଇଛି ୫,୦୦୦ରୁ ଅଧିକ ହକି ବଲ୍। ଏହି ବଲଗୁଡ଼ିକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହି ବଡ଼ ହକିଷ୍ଟିକ ବିଶ୍ଵ ରେକର୍ଡ ହାସଲ କରିବ ବୋଲି ସେ ଆଶା ରଖିଛନ୍ତି।

କଟକ ବାଲିଯାତ୍ରା ପଡ଼ିଆରେ ତିଆରି ହୋଇଥିବା ବିଶ୍ଵର ସବୁଠାରୁ ବଡ଼ ହକି ସହ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଆଙ୍କିଛନ୍ତି ହକି ବିଶ୍ଵକପ ଟ୍ରପି, ହକି ବଲ, ବିର୍ସାମୁଣ୍ଡା ଷ୍ଟାଡିୟମ ଏବଂ ହକି ବିଶ୍ଵକପରେ ଭାଗ ନେଉଥିବା ସମସ୍ତ ଦେଶର ପତାକା।

ଏହି ବାଲୁକା କଳାକୃତି ପାଇଁ ଲାଗିଥିଲା ଦୁଇଦିନରୁ ଅଧିକ ସମୟ। ନିର୍ମାଣ କାମରେ ସହଯୋଗ କରିଛନ୍ତି ସୁଦର୍ଶନ ପଟ୍ଟନାୟକଙ୍କ ୧୫ ଜଣ ଛାତ୍ର। ଏହା ବିଶ୍ଵର ସବୁଠାରୁ ବଡ଼ ହକିଷ୍ଟିକ ହୋଇଥିବାରୁ ବିଭିନ୍ନ ରେକର୍ଡରେ ଏହାକୁ ସାମିଲ କରିବା ଲାଗି ଆବେଦନ କରାଯିବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Tags: #Hockey #WorldCupHockey #HockeyStick #PadmashreeSudarshanPatnaik #Cuttack

LEAVE A REPLY

Please enter your comment!
Please enter your name here