ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପ୍ରଥମ ଥର ପ୍ରସ୍ତୁତ କରାଯାଇଥିବା ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ‘ସର୍ଭଭାକ’ (CERVAVAC)କୁ ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଞ୍ଚ କରିଛନ୍ତି।

ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କଠାରେ ସର୍ଭାଇକଲ କନ୍ସର ଦେଖିବାକୁ ମିଳୁଛି। ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ସ୍କୁଲଗୁଡ଼ିକରେ ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ଦିଆଯିବ। ଏହାର ମୁକାବିଲା ଲାଗି ଭାରତ ନିଜସ୍ଵ ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସଫଳ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ।

ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାବାଲା ଆଜି ଏହି ଭ୍ୟାକ୍ସିନକୁ ନେଇ ଏକ ଟିଇଟ କରିଥିଲେ। ଯେଉଁଥିରେ ଜାତୀୟ ବାଳିକା ଦିବସ ଏବଂ ସର୍ଭାଇକଲ କ୍ୟାନ୍ସର ସଚେତନତା ମାସ ଅବସରରେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏହି ଭ୍ୟାକ୍ସନକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ହାତରେ ଲଞ୍ଚ କରିଥିବା ଉଲ୍ଲେଖ କରିଛନ୍ତି।

Tags: #Health #Cancer #CervicalCancer #CERVAVAC #Vaccine

LEAVE A REPLY

Please enter your comment!
Please enter your name here