ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନ କରିବେ। ୨୦୨୪ ମସିହା ନିର୍ବାଚନ ପୂର୍ବରୁ ଏହି ବଜେଟ ରାଜ୍ୟ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ। ତେବେ ବଜେଟରେ କ’ଣ ରହିବ ଏହା ଉପରେ ସମସ୍ତଙ୍କ ବିଶେଷ ନଜର ରହିଛି।
ଶୁକ୍ରବାର ଅପରାହ୍ଣ ୪ଟା ବେଳେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପ ଓ ଉଦ୍ୟୋଗ, ଚାକିରିଆ ଓ ଚାଷୀମାନେ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି। ସରକାର ବଜେଟରେ ଭିତ୍ତିଭୂମି ବିକାଶ, ପାନୀୟ ଜଳ, କୃଷି, ସ୍ଵାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ଵ ଦେବାର ସମ୍ଭାବନା ରହିଛି।
୨୦୨୩ର ବଜେଟ ପୂର୍ବ ବର୍ଷ ଆସିଥିବା ବଜେଟରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ରାଜ୍ୟ ସରକାର ଏହି ବଜେଟରେ ଅଧିକ ବ୍ୟୟବରାଦ କରିବାର ସମ୍ଭାବନା ରହିଛି।
Tags: #Budget2023-24 #FinanceMinister #NiranjanPujari #OdishaAssembly #Bhubaneswar #Odisha