ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି। ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବଜେଟ ଉପସ୍ଥାପନ କରିବା ସମୟରେ ଏ ନେଇ ସୂଚନା ଦେଇଛନ୍ତି। ଏହି ସହାୟତା ରାଶିରେ ୧୦୦୦ ଟଙ୍କା ବୃଦ୍ଧି କରାଯାଇଛି।
ପୂର୍ବରୁ ଗ୍ରାମାଞ୍ଚଳରେ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଟଙ୍କାର ସହାୟତା ପ୍ରଦାନ କରାଯାଉଥିବାବେଳେ ଏଣିକି ୩୦୦୦ ହଜାର ପ୍ରଦାନ କରାଯିବ। ସେହିପରି ସହରାଞ୍ଚଳରେ ଏହି ଯୋଜନାରେ ମିଳୁଥିବା ସହାୟତା ରାଶି ବୃଦ୍ଧି ହୋଇ ୪୦୦୦ ଟଙ୍କା ହୋଇଛି।
Tags: #Budget2023-24 #OdishaBudget #OdishaAssembly #BudgetSession #Financeminister #NiranjanPujari #Odisha #HarischandraYojana













