ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସମସ୍ତ ଓଡ଼ିଶାବାସୀ ପାଳୁଛନ୍ତି ଉତ୍କଳ ଦିବସ ବା ଓଡ଼ିଶା ଦିବସ। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ରାଜନେତା ଟ୍ୱିଟରରେ ଓଡ଼ିଆ ଭାଷାରେ ବାର୍ତ୍ତା ଲେଖି ରାଜ୍ୟବାସୀଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇଛନ୍ତି।
ଟ୍ୱିଟ୍ ଜରିଆରେ ରାଷ୍ଟ୍ରପତି ଲେଖିଛନ୍ତି, “ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡିଶାବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି। ଓଡ଼ିଶା ନିଜର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ମାନବ ସମ୍ବଳକୁ ନେଇ ଦେଶର ଅର୍ଥନୀତିର ମୁଖ୍ୟ ସାରଥି ହେବାର ସାମର୍ଥ୍ୟ ରଖୁଛି। ମୁଁ ଓଡ଼ିଶାର ଲୋକମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।”
ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡିଶାବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି।ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା ,ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ।
ମୁଁ ଓଡ଼ିଶାର ଭାଇ ଓ ଭଉଣୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।— President of India (@rashtrapatibhvn) April 1, 2023
ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, “ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦିକ ଶୁଭେଚ୍ଛା। ଏହି ଦିନ ଆମ ଦେଶର ଉନ୍ନତିରେ ଓଡ଼ିଶା ଏବଂ ଏହାର ସଂସ୍କୃତି ଓ ଲୋକମାନଙ୍କର ସମୃଦ୍ଧ ଅବଦାନକୁ ଜାଣିବାର ଅବସର। ମୁଁ ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି।”
ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର । ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।
— Narendra Modi (@narendramodi) April 1, 2023
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ଵିଟରେ କହିଛନ୍ତି, “ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ ଦେଇଥିବା ମହାପୁରୁଷମାନଙ୍କୁ ଏହି ଅବସରରେ ମୁଁ ସମ୍ମାନ ଜଣାଉଛି। ଆମେ ସମସ୍ତେ ମିଳିମିଶି ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ତଥା ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ଆଗକୁ ବଢିବା। ଆଜି ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା।”
ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା। #OdishaDibasa pic.twitter.com/bFEZpXdjwk
— Naveen Patnaik (@Naveen_Odisha) April 1, 2023
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଏକ ସ୍ଵତନ୍ତ୍ର ରାଜ୍ୟ ଭାବେ ଓଡ଼ିଶାର ଗଠନ ହୋଇଥିଲା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷମାନଙ୍କ ଅଦମ୍ୟ ସାଧନା ଓ ପ୍ରଚେଷ୍ଟା ଲାଗି ଓଡ଼ିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି। ସେମାନଙ୍କୁ ଆଜି ସମସ୍ତେ ମନେପକାଉଛନ୍ତି।
Tags: #UtkalDivas #OdishaDivas #OdishaDay #ଓଡ଼ିଶା #ଉତ୍କଳଦିବସ #ଓଡ଼ିଶାଦିବସ