ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜାପାନ ଗସ୍ତ ତୃତୀୟ ଦିନରେ ପହଞ୍ଚିଛି। ଗୁରୁବାର ସେ ଟୋକିଓ ନିକଟସ୍ଥ କିମିଟ୍ସୁ ସହରରେ ଥିବା ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ବୁଲି ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଏହି ପ୍ଲାଣ୍ଟକୁ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ ପ୍ଲାଣ୍ଟରେ ଗ୍ରୀନ ଟେକ୍ନୋଲୋଜି ବ୍ୟବହାର କରି ଷ୍ଟିଲ୍ ଉତ୍ପାଦନ ହେଉଥିବାର ଦେଖିଥିଲେ। ସେ ପ୍ଳାଣ୍ଟର କର୍ମଚାରୀଙ୍କ ସହ କଥା ହୋଇଥିଲେ। ଏହାପୂର୍ବରୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲର ଅଧ୍ୟକ୍ଷ ଇଜି ହାସିମୋଟଙ୍କ ସହ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ନିପନ୍ ଷ୍ଟିଲ୍ କର୍ପୋରେସନ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ଥିବା ଷ୍ଟିଲ୍ ପ୍ଲାଣ୍ଟ ବିଷୟରେ ଚର୍ଚ୍ଚା କରଯାଇଥିଲା।

ଗୁରୁବାର ନିପନ୍ ଷ୍ଟିଲ୍ କର୍ପୋରେସନ୍ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୩ ତାରିଖରୁ ଜାପାନ ଗସ୍ତରେ ଯାଇଛନ୍ତି। ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଜାପାନର ନିବେଶକମାନଙ୍କୁ ଆକୃଷ୍ଟ କରିବା ଏହି ଗସ୍ତର ଲକ୍ଷ୍ୟ ରହିଛି। ଏପ୍ରିଲ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

Tags: #CmNaveenPatnaik #JapanVisit #NipponSteel #Investment #Industry

LEAVE A REPLY

Please enter your comment!
Please enter your name here