ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ସ୍ଵଦେଶୀ ଜ୍ଞାନ କୌଶଳରେ ଧାନରୁଆ ମେସିନ ତିଆରି କରି ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି ଜୟପୁରର ସଦାଶିବ ମାଝି। ସଦାଶିବ ବୃତ୍ତିରେ ଜଣେ ଓ୍ଵେଲଡର, ହେଲେ ନିଶା ତାଙ୍କର କିଛି ନୂଆଁ କରି ଦେଖାଇବାର। ବିଭିନ୍ନ ସମୟରେ ଚାଷୀଙ୍କ ପାଇଁ ଭିନ୍ନ ଭିନ୍ନ ଯନ୍ତ୍ରପାତି ତିଆରି କରୁଥିଲେ ସଦାଶିବ।
ସଦାଶିବ ଏବେ ସ୍ଵଦେଶୀ ଜ୍ଞାନ କୌଶଳ ପ୍ରୟୋଗ କରି ଧାନରୁଆ ମେସିନ ତିଆରି କରିଛନ୍ତି। ଏହି ମେସିନ ସାହାଯ୍ୟରେ କମ୍ ଖର୍ଚ୍ଚରେ ଗୋଟିଏ ଦିନରେ ୩ରୁ ୪ ଏକର ଜମିରେ ଧାନରୁଆ କାମ ହୋଇପାରିବ। ସଦାଶିବଙ୍କ ଏହି ଧାନ ରୁଆ ମେସିନ ଜାତୀୟ ସ୍ତରରେ ପ୍ରଶଂସିତ ହେବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଦାଶିବଙ୍କୁ ତାଙ୍କର ଏହି ସଫଳତା ପାଇଁ ପୁରସ୍କୃତ କରିଛନ୍ତି।
ଆସନ୍ତା ୨୦୨୪ ମସିହା ଶେଷ ସୁଦ୍ଧା ଏହି ଧାନରୁଆ ମେସିନ ବଜାରରେ ଉପଲବ୍ଧ ହେବ ବୋଲି କହିଛନ୍ତି ସଦାଶିବ ମାଝି। ତାଙ୍କର ଏହି ଉଦ୍ଭାବନ ପାଇଁ ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ମଧ୍ୟ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଛି ସଦାଶିବଙ୍କୁ। ସବୁଠାରୁ ବଡ଼ କଥା ହେଉଛି ଏହି ମେସିନଟି ବିନା ଇନ୍ଧନ ଏବଂ ବିଦ୍ୟୁତରେ ଚାଲିବ।
Tag: #SadashibMajhi #Jeypur #PresidentOfIndiaAward #PaddyPlantingMachine