ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ଠାକୁରଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ମହଣ ମହଣ ସୁନାରେ ସଜେଇ ହୋଇ ଗୁରୁବାର ଦିନ ଦର୍ଶନ ଦେବେ ବଡ଼ଠାକୁର। ବଡ଼ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀରେ ଜମିଛି ଭକ୍ତଙ୍କ ଭିଡ଼। ଏହି ସମୟରେ ପ୍ରବଳ ଭିଡ଼ ଆଶଙ୍କା ଥିବାରୁ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

କେଉଁ ବାଟ ଦେଇ ଭକ୍ତମାନେ ବଡ଼ଦାଣ୍ଡକୁ ଯିବେ ଏବଂ କେଉଁଠି ସେମାନଙ୍କର ଗାଡ଼ି ପାର୍କ କରିବେ ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି।

ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ସମୟରେ ଥିବା ଟ୍ରାଫିକ କଟକଣା ସୁନାବେଶ ପାଇଁ ବଳବତ୍ତର ରହିବ। ଏହା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଡ୍ରୋନର ବ୍ୟବହାର କରାଯିବ ଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ ଡିଜି ଅମିତାଭ ଠାକୁର।

ଭିଡ଼ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଅଞ୍ଚଳକୁ ‘ନୋ ଭେହିକିଲ ଜୋନ’ କରାଯାଇଛି। ଏହି ରାସ୍ତାରେ  କୌଣସି ଗାଡ଼ି ଯାତାୟତ ପାଇ ଅନୁମତି ନଥିବା ସେ କହିଛନ୍ତି।

ସୁନାବେଶ ଲାଗି ପୁରୀକୁ ହଜାର ହଜାର ଭକ୍ତ ଭୁବନେଶ୍ଵର, କୋଣାର୍କ ଏବଂ ବ୍ରହ୍ମଗିରିରୁ ଆସିବେ। ଏହି ସମୟରେ ଟ୍ରାଫିକ୍ ପରିଚାଳନାକୁ ସୁବନ୍ଦୋବସ୍ତ କରିବା ଉପରେ ଗୁରୁତ୍ଵ ଦିଆଯିବ।

କେଉଁଠି ରହିବ ଗାଡ଼ି?

ଭୁବନେଶ୍ଵର ପଟୁ ଆସୁଥିବା ଦୁଇ ଚକିଆ ଯାନକୁ ମାଳତୀପାଟପୁର ଦେଇ ଜଗନ୍ନାଥବଲ୍ଲଭ ହୋଇ ମଶାଣୀଚଣ୍ଡିରେ ପାର୍କିଂ କରାଯିବ। ଛୋଟ ଚାରି ଚକିଆ ଗାଡ଼ି ମାଳତୀପାଟପୁର ଆରଓବି ଦେଇ ସଂସ୍କୃତ ବିଶ୍ଵବିଦ୍ୟାଳୟ, ହେଲିପ୍ୟାଡ ଏବଂ ସେହି ନିକଟସ୍ଥ ଅନ୍ୟ ସ୍ଥାନରେ ପାର୍କିଂ ହେବ। ସେହିପରି ଟୁରିଷ୍ଟ ବସ ମାଳତୀପାଟପୁରରେ ରହିବ। ସେଠାରୁ ବିଭିନ୍ନ ରୁଟ ବସରେ ଭକ୍ତମାନେ ମାଳତୀପାଟପୁର ଆରଓବି ଦେଇ ତାଳବଣିଆ ବସଷ୍ଟାଣ୍ଡ ଆସିବେ। ତାଳବଣିଆ ବସ ଷ୍ଟାଣ୍ଡରୁ ସର୍ଟଲ ବସ ସର୍ଭିସ ବ୍ୟବସ୍ଥା କରାଯାଇଛି।

ସେହିପରି କୋଣାର୍କ ପଟୁ ଆସୁଥିବା ବସ ତାଳବଣିଆରେ ରହିବ। ଦୁଇ ଚକିଆ ଗାଡ଼ି ବ୍ଲୁ ଫ୍ଲାଗ ବିଚ ପାର୍କିଂ ଏବଂ ନୀଳାଚଳ ଅଶୋକ ପାର୍କିଂରେ ରହିବ। ସେଠାରୁ ଅଟୋ କିମ୍ବା ସର୍ଟଲ ସର୍ଭିସ ଗାଡ଼ିରେ ଭକ୍ତମାନେର ବଡ଼ଦାଣ୍ଡକୁ ଯାଇପାରିବେ। ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଗାଡ଼ିକୁ ଯାତ୍ରିକା ଏବଂ ସେଠାରେ ଥିବା ଖୋଲା ପଡ଼ିଆରେ ପାର୍କ କରିବେ। ଦୁଇ ଚକିଆ ଗାନି ମଶାଣୀଚଣ୍ଡି ଏବଂ ଜଗନ୍ନାଥବଲ୍ଲଭ ପାଖରେ ପାର୍କିଂ କରିବେ।

ତେବେ ପୁରୀ ବାସିନ୍ଦାଙ୍କ ପାଇଁ କୌଣସି ପ୍ରକାର କଟକଣା ନାହିଁ। କିନ୍ତୁ ସେମାନେ ମେଡିକାଲ ଛକରୁ ଶ୍ରୀମନ୍ଦିର ମନ୍ଦିର ପର୍ଯ୍ୟନ୍ତ କୌଣସି ଗାଡ଼ି ନେଇପାରିବେ ନାହିଁ  ବୋଲି ଅତିରିକ୍ତ ଡିଜି ଅମିତାଭ ଠାକୁର।

Tags: #TrafficRegulation #Sunabesa #SriJagannath #Puri #Culture #Odisha

LEAVE A REPLY

Please enter your comment!
Please enter your name here