ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତ କରାଯାଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ଏଚ୍‌ଆର୍‌ପିସି ଡିଆଇଜି ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ଅନ୍ୟପଟେ ଯୁଗଳ କିଶୋର ବାନୋଥଙ୍କୁ ହେଡକ୍ୱାର୍ଟର ଏଆଇଜି ଭାବେ ନିଯୁକ୍ତ କରାଯାଇଥିବାବେଳେ ରାହୁଲ ଜୈନଙ୍କୁ ନୟାଗଡ଼ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ମିହିର କୁମାର ପଣ୍ଡାଙ୍କୁ କଟକ ଏସ୍‌ପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

Tags: #IPSReshuffle #Odisha #OdishaGovt

Comment