ଓଡ଼ିଶାଲାଇଭ୍ ବ୍ୟୁରୋ

ସୁବ୍ରତ ବାଗଚୀଙ୍କୁ ପ୍ରଶାସନିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନରେ ସଂସ୍ଥାଗତ ଦକ୍ଷତା ବିକାଶ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। କ୍ୟାବିନେଟ ପାହ୍ୟାରେ କାର୍ଯ୍ୟ କରିବେ ସୁବ୍ରତ ବାଗଚୀ।

ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନରେ ସଂସ୍ଥାଗତ ଦକ୍ଷତା ବୃଦ୍ଧି ପାଇଁ ସୁବ୍ରତ ବାଗଚୀଙ୍କୁ ଶୁକ୍ରବାର ଦିନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ପ୍ରଶାସନିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକର ଭବିଷ୍ୟତ ଦୃଷ୍ଟିକୋଣକୁ ଆହୁରି ଉନ୍ନତ କରିବା ଦିଗରେ ସେ କାର୍ଯ୍ୟ କରିବେ।

ରାଜ୍ୟର ଉଭୟ ପ୍ରାରମ୍ଭିକ ଏବଂ ଚାକିରିରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏହି ଅନୁଷ୍ଠାନଗୁଡ଼ିକ ସୁବ୍ରତ ବାଗଚୀଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ କରିବେ। ପ୍ରବେଶ ସ୍ତର ଓ ଚାକିରିରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କ ନେତୃତ୍ୱ ନେବାର କ୍ଷମତାକୁ ଆହୁରି ବୃଦ୍ଧି କରିବା ନିମନ୍ତେ ସେ ଏହି ଅନୁଷ୍ଠାନଗୁଡ଼ିକର ମାର୍ଗଦର୍ଶନ କରିବେ।

ଏହା ପୂର୍ବରୁ ସୁବ୍ରତ ବାଗଚୀ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସେ ଗତ ଜୁନ ୨୯ ତାରିଖରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପଦବୀ ଛାଡ଼ିଥିଲେ। ଆଜି ତାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର।

Tags: #SubrotoBagchi #ChiefAdvisor #OdishaGovt #CMOdisha #NaveenPatnaik #InstitutionalCapacityBuilding

LEAVE A REPLY

Please enter your comment!
Please enter your name here