ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗ୍ ରୁଟରେ ଗାଡ଼ି ଚଳାଉଥିଲେ ସାବଧାନ। ପୋଲିସ ନଜରରେ ପଡ଼ିଲେ ଜବତ ହେବ ଆପଣଙ୍କ ଗାଡ଼ି। ଏନେଇ ଟ୍ରାଫିକ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ରଙ୍ଗ୍ ରୁଟରେ ଗାଡ଼ି ଚଳାଉଥିବା ଲୋକଙ୍କ ଉପରେ ନଜର ରଖିବା ସହ ଗାଡ଼ି ଜବତ କରିଛି ପୋଲିସ।
ଏହି ଅଭିଯାନରେ ସୋମବାର ୧୦୨ଟି ବାଇକ ଜବତ କରାଯାଇଛି। ଜବତ ଗାଡ଼ିଗୁଡ଼ିକୁ ନେଇ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ ଦାଖଲ ହୋଇଛି। କୋର୍ଟରୁ ରିଲିଜ ଅର୍ଡର ଆଣିବେ ଗାଡ଼ି ମାଲିକ। ଆଗକୁ ଏହିପରି ଅଭିଯାନ ଜାରି ରହିବ ଏବଂ ପାର୍ବଣ ଆସୁଥିବାରୁ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି।
Tags: #traffic #comissioneratepolice #bhubaneswar #odisha #dcptraffic