ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଲୋକସେବା ଭବନରେ ପୁଣି ଅଗ୍ନିକାଣ୍ଡ। ବୁଧବାର ଦିନ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୋଠାରେ ନିଆଁ ଲାଗିଯାଇଥିବାବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି।
ଏସି କମ୍ପ୍ରେସରରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ଲୋକସେବା ଭବନରେ ନିଆଁ ଲାଗିଥିଲା। ଗୋଟିଏ ମାସରେ ଲୋକସେବା ଭବନରେ ଦୁଇ ଦୁଇ ଥର ନିଆଁ ଲାଗିଥିବାରୁ ଏହାର ସୁରକ୍ଷାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
Tags: #Loksevabhawan #odisha #fire #bhubaneswar