ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇଟି ଟ୍ରକ୍ ମଝିରେ ଗୋଟିଏ କାର୍ ଚାପି ହୋଇଯିବାରୁ ଦୁଇଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ନିକଟରେ। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ଶନିବାର ଦିନ କେନ୍ଦୁଝର ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ବାଙ୍ଗିରିପୋଷି ଘାଟିଠାରେ ଅନ୍ୟ ଏକ ଟ୍ରକ ପଛରେ ଯାଉଥିବା କାରକୁ ଧକ୍କା ଦେଇଥିଲା। ଦୁଇ ଟ୍ରକ ମଝିରେ କାରଟି ଚାପି ହୋଇଯାଇଥିଲା। ଫଳରେ କାରରେ ଥିବା ଦୁଇ ଜଣ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।
ଖବର ପାଇ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। କାରରେ ମୋଟ ୮ ଜଣ ଯାତ୍ରୀ ରହିଥିଲେ। ଦୁଇଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Tags: #Mayurbhanj #accident #roadaccident #death #bangiriposi

















