ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ଓଡ଼ିଶାରେ ଶୀତର ପ୍ରକୋପ ଆହୁରି ବଢ଼ିବ। ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଦୁଇଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସି ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି।
ପାରଦ ଖସିଲେ ବିଶେଷ କରି ରାତି ତାପମାତ୍ରାରେ ପରିବର୍ତ୍ତନ ଦେଖାଦେବ। ଆସନ୍ତା ୭ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି।
ରବିବାର ରାତିରେ ଜି.ଉଦୟଗିରିରେ ରାତି ତାପମାତ୍ରା ସର୍ବନିମ୍ନ ୯.୪ ଡିଗ୍ରୀ ରେକର୍ଡ କରାଯାଇଛି। କିରେଇରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଓ କେନ୍ଦୁଝରରେ ୯.୮ ଡିଗ୍ରୀ ରେକର୍ଡ ହୋଇଛି। ସିମିଳିଗୁଡ଼ା ଓ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ, ରାଉରକେଲାରେ ୧୦.୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ୧୧ ଡିଗ୍ରୀ, କୋରାପୁଟ ଏବଂ ନବରଙ୍ଗପୁରରେ ରାତି ତାପମାତ୍ରା ସର୍ବନିମ୍ନ ୧୧.୪ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ବାରିପଦାରେ ୧୨.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୧୩ ଡିଗ୍ରୀ, ଢେଙ୍କାନାଳରେ ୧୩.୬ ଡିଗ୍ରୀ, ସୋନପୁର ଓ ଭଦ୍ରକରେ ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ଜିଲ୍ଲାରେ ରାତି ତାପମାତ୍ରା ସର୍ବନିମ୍ନ ୨୧ ଡିଗ୍ରୀ ମଧ୍ୟରେ ରହିଛି।
ଡିସେମ୍ବର ୧୧ ତାରିଖରେ ପାରଦ ତଳକୁ ଖସିବ। କୋରାପୁଟ ଜିଲ୍ଲାରେ ରାତି ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ରାଉରକେଲା ଏବଂ କେନ୍ଦୁଝରର ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ଓ ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିବ। ଅନ୍ୟ ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୧୯ ଡିଗ୍ରୀ ମଧ୍ୟରେ ରହିବ।
ସେହିପରି ଡିସେମ୍ବର ୧୨ ତାରିଖରେ କୋରାପୁଟର ରାତି ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ରାଉରକେଲାରେ ରାତି ତାପମାତ୍ରା ସର୍ବନିମ୍ନ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଭବାନୀପାଟଣାରେ ସର୍ବନିମମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟ ସବୁ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୧୯ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି।
ଡିସେମ୍ବର ୧୩ ତାରିଖ ବେଳକୁ ତାପମାତ୍ରା ତଳକୁ ଖସିବା ସହ ଶୀତ ବଢ଼ିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। କୋରାପୁଟ ଏବଂ ଫୁଲବାଣୀରେ ରାତି ତାପମାତ୍ରା ସର୍ବନିମ୍ନ ୯ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ସୁନ୍ଦରଗଡ଼, ରାଉରକେଲା ଓ କେନ୍ଦୁଝରରେ ରାତି ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ରହିବାର ସମ୍ଭାବନା ଅଛି।
ଭାବାନୀପାଟଣା ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟ ସବୁ ଜିଲ୍ଲାରେ ସର୍ବନମ୍ନ ତାପମାତ୍ରା ୧୪ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
Tags: #Weather #WeatherUpdates #Climate #NightTemperature #ColdWave













