ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନୂଆବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ୨୦୨୪ ଜାନୁଆରି ମାସରେ ଦୁବାଇରୁ କନ୍ଦନକାନନକୁ ଆସିବ ଚିତାବାଘ।
ପ୍ରାଣୀ ବଦଳ ପ୍ରକ୍ରିୟାରେ ଦୁବାଇ ଚିଡ଼ିଆଖାନାରୁ ନନ୍ଦନକାନନକୁ ପ୍ରାଣୀ ଉଦ୍ୟାନକୁ ଚତାବାଘ ଆସିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। ଦୁବାଇରୁ ଚିତାବାଘ ସହ ଧଳା ସିଂହ ଶାବକ ଆସିବ ବୋଲି ସେ କହିଛନ୍ତି।
ସେହିଭଳି ପଶ୍ଚିମବଙ୍ଗର ଆଲିପୁରସ୍ଥିତ କେନ୍ଦ୍ରୀୟ ଚିଡ଼ିଆଖାନାରୁ ଗୋଟିଏ ଜିରାଫ ନନ୍ଦନକାନନକୁ ଆସିବ। ଆଗାମୀ ଦିନରେ ବିଭିନ୍ନ ସ୍ଥାନରୁ ପ୍ରାଣୀ ଅଣାଯିବା ଲାଗି ପଦକ୍ଷେପ ନିଆଯିବ। ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪ ହଜାରରୁ ଊର୍ଦ୍ଧ୍ଵ ପଶୁ, ପକ୍ଷୀ ଓ ସରୀସୃପ ଅଛନ୍ତି। ମୋଟ ୨୧୨ ଖୁଆଡ଼ରେ ୧୫୬ ପ୍ରଜାତିର ପ୍ରାଣୀ ରହିଛନ୍ତି।
Tags: #Nanadankanan #Bhubaneswar #Cheetah #Odisha