ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନେ ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଏସିରେ ଗ୍ୟାସ ଫିଲିଂ ବେଳେ ଏହି ବିସ୍ଫୋରଣ ହୋଇଥିବା ହସ୍ପିଟାଲର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଅଘଟଣା ଯୋଗୁଁ କୌଣସି ରୋଗୀ କିମ୍ବା ସାଧାରଣ ଲୋକ ପ୍ରଭାବିତ ହୋଇନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Tags: #HiTechHospital #Bhubaneswar #GasExplosion #Odisha

Comment