ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାରେ ଗୁରୁବାର ଦିନ ଉପସ୍ଥାପନ ହେବ ଚଳିତ ବର୍ଷର କାମଚଳା ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅପରାହ୍ଣ ୫ଟା ବେଳେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ବଜେଟ୍ ବେଶ୍ ଗୁରୁତ୍ୱବହନ କରିବ।
ଏହି ବଜେଟରେ ଅନେକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସରକାର। ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଦୁଇଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଆଜି ବି ଗୃହ ସରଗରମ ହେବାର ସମ୍ଭାବନା ରହିଛି।
Tags: #OdishaAssemblySession #InterimBudget #FinanceMinister #Odisha #OdishaGovt


















