ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେଠୁ ଅସହ୍ୟ ହେଲାଣି ଖରା। ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବା ଦେଖି ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଆସନ୍ତା ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ।
ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା ହେବ। ନେଇ ଶନବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।
ସେହିପରି ତାପମାତ୍ରା ବୃଦ୍ଧି ହେଉଥିବାରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)। ଏହି ସମୟରେ ନିଜକୁ ସୁରକ୍ଷିତ ରଖିବା ସହ ସ୍କୁଲ, କଲେଜଗୁଡ଼ିକରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। କେବଳ ସକାଳ ବେଳା ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ରହିଛି।
ଖରାକୁ ଦେଖି ସ୍କୁଲର ସମୟ ପୁନଃନିର୍ଦ୍ଧାରଣ କରିବାକୁ କୁହାଯାଇଛି। ସ୍କୁଲ ବସଗୁଡ଼ିକର ସମୟ ପରିବର୍ତ୍ତନ ସହ ବସଗୁଡ଼ିକରେ ପାନୀୟ ଜଳ ରଖିବାକୁ ନିର୍ଦ୍ଦେଶ ରହିଛି।
ଶନିବାର ଦିନ ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବାବେଳେ ଆଗାମୀ ୫ ଦିନ ତାପମାତ୍ରାରେ ଆହୁରି ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳକ ପାଣିପାଗ କେନ୍ଦ୍ର।
Tags: #School #MorningClass #OdishaSchool #HotWeather