ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର ଥିମ ରହିଛି ‘ଟୁଗେଦର ଫର ଏ ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’।

ଋତୁସ୍ରାବକୁ ନେଇ ଏବେବି ସମାଜରେ କେତେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଛି। ଆଜିବି ଝିଅମାନେ ଏ ସମ୍ପର୍କରେ ଖୋଲାଖୋଲି କଥା ହେବାକୁ ସଙ୍କୋଚ ମନେ କରୁଛନ୍ତି। କିନ୍ତୁ ଋତୁସ୍ରାବ ଲାଜ କରିବାର ବିଷୟ ନୁହେଁ, ଏହା ବିଷୟରେ ଖୋଲାଖୋଲି କଥା ହେବାର ଆବଶ୍ୟକତା ରହିଛି। ଆଜିର ଯୁବପିଢ଼ି ଧୀରେ ଧୀରେ ପିରିୟଡସ୍ ବିଷୟରେ କଥା ହେବାର ଆବଶ୍ୟକତା ବୁଝିଲେଣି।

ଋତୁସ୍ରାବକୁ ନେଇ ଆମ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। ବେଳେବେଳେ ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ଇଛା ହେଉଥିଲେ ହେଁ ପ୍ରଶ୍ନ କରିବାକୁ ସାହସ ହୁଏ ନାହିଁ।

ଋତୁସ୍ରାବ ବା ପିରିୟଡସ୍ କ’ଣ, କାହିଁକି ହୁଏ, ପରିୟଡସ୍ ବେଳେ ସଫା ସୁତରା ନରହିଲେ କେଉଁ ସବୁ ସମସ୍ୟା ଦେଖାଦିଏ, ପିରିୟଡସ୍‌କୁ ନେଇ ରହିଥିବା ଅନ୍ଧବିଶ୍ୱାସ ଏବଂ ପିରିୟଡସ୍ ବିଷୟରେ ଡାକ୍ତର କ’ଣ କୁହନ୍ତି, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #MHDay2024 #MenstrualHygiene #PeriodFriendlyWorld #EndPeriodStigma #HealthCare #WHO #India

LEAVE A REPLY

Please enter your comment!
Please enter your name here