ଓଡ଼ିଶାଲାଇଭ୍ ବ୍ୟୁରୋ

ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ଆବେଦନ ଜାରି ରହିଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ପଦବୀରେ ନିଯୁକ୍ତି ଓ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (ଜେଆରଏଫ) ପାଇବା ପାଇଁ ଏହି ପରୀକ୍ଷା ଅତ୍ୟନ୍ତ ଉପଯୋଗୀ।

ୟୁଜିସି-ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଜେଆରଏଫ ସହ ପିଏଚଡି ପଢ଼ିବାକୁ ଛାତ୍ରଛାତ୍ରୀମାନେ ଯୋଗ୍ୟତା ଅର୍ଜନ କରିବେ। ସମୁଦାୟ ୮୩ଟି ବିଷୟରେ ପିଏଚ୍‌ଡି କରିବା ନିମନ୍ତେ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। 

ଏନଟିଏ ପକ୍ଷରୁ ଚଳିତବର୍ଷ ଜୁନ ମାସ ୧୮ ତାରିଖରେ ୟୁଜିସି-ନେଟ୍ ପରୀକ୍ଷା କରାଯିବ। ଏଥିପାଇଁ ଏପ୍ରିଲ ୨୦ ତାରିଖରୁ ଆରମ୍ଭ ହୋଇଥିବା ଅନଲାଇନ ଆବେଦନ ମେ’ ୧୫ ତାରିଖରେ ଶେଷ ତାରିଖ।

ଆପଣମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀମାନେ ଯେକୌଣସି ବିଷୟରେ ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ପୋଷ୍ଟ ଗ୍ରାଜୁଏସନରେ ଅତିକମରେ ୫୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
  • କେବଳ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇଁ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ

ପରୀକ୍ଷା

  • ୟୁଜିସି-ନେଟ୍ ପରୀକ୍ଷାରେ ୨ଟି ପେପର ରହିବ
  • ପ୍ରଥମ ପେପରଟି ୧୦୦ ନମ୍ବରର ରହିବ, ଏଥିରେ ରିଜନିଂ ତଥା ଜେନେରାଲ ନଲେଜ ଭଳି ବିଷୟ ରହିବ
  • ସେହିପରି ପ୍ରାର୍ଥୀ ଚୟନ କରିଥିବା ବିଷୟକୁ ନେଇ ୨୦୦ ନମ୍ବର ବିଶିଷ୍ଟ ଦ୍ଵିତୀୟ ପେପର ପରୀକ୍ଷା ହେବ

ଆବେଦନ ଫି’

  • ସାଧରଣ ବର୍ଗ – ୧୧୫୦ ଟଙ୍କା
  • ଓବିସି ବର୍ଗ ଓ ଇଡବ୍ଲୁଏସ୍ ବର୍ଗ – ୬୦୦ ଟଙ୍କା
  • ଅନୁସୂଚିତ ଜାତି, ଜନଜାତି ଏବଂ ଭିନ୍ନକ୍ଷମ ପ୍ରାର୍ଥୀ – ୩୨୫ ଟଙ୍କା

କେମିତି କରିବେ ଆବେଦନ

  • ଏନଟିଏର ୱେବସାଇଟ www.ugcnet.nta.ac.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ୟୁଜିସି ନେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣବେଳେ ନିଜ ପାଖ ସହରର ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ପ୍ରାର୍ଥୀମାନଙ୍କ ଆବେଦନ ପତ୍ରରେ କିଛି ଭୁଲ ତଥ୍ୟ ଥିଲେ ସେମାନେ ମେ’ ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ଏଥିରେ ସଂଶୋଧନ କରିପାରିବେ।    

ଏହି ପରୀକ୍ଷା ପାଇଁ କେବେ ଅଡମିଟ୍ କାର୍ଡ ବାହାରିବ ସେନେଇ ଏନଟିଏ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଏନଟିଏର ୱେବସାଇଟରେ ଉପଲବ୍ଧ।

Tags: #NationalTestingAgency #UGC-NETExam #Education #Careers #India

LEAVE A REPLY

Please enter your comment!
Please enter your name here