ଓଡ଼ିଶାଲାଇଭ୍ ବ୍ୟୁରୋ

OSSC

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇୟର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୬୭୧ଟି ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଆସିଷ୍ଟାଣ୍ଟ, ଜୁନିୟର ଅସିଷ୍ଟାଣ୍ଟ ଓ ଅମିନ ପଦବୀ ପୂରଣ ହେବ।

ଏବେ ଓଏସଏସସି ପକ୍ଷରୁ ଏହି ପରୀକ୍ଷା ପାଇଁ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ମେ’ ୨୭।

ଆପଣମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଆୟୁର୍ବେଦିକ ଆସିଷ୍ଟାଣ୍ଟ (ଆୟୁଷ ନିର୍ଦେଶାଳୟ) – ୨୨୦ (ଗ୍ରୁପ୍-ସି)
  • ହୋମିଓପ୍ୟାଥିକ ଆସିଷ୍ଟାଣ୍ଟ (ଆୟୁଷ ନିର୍ଦେଶାଳୟ) – ୨୧୬ (ଗ୍ରୁପ୍-ସି)
  • ୟୁନାନି ଅସିଷ୍ଟାଣ୍ଟ (ଆୟୁଷ ନିର୍ଦେଶାଳୟ) – ୭ (ଗ୍ରୁପ୍-ସି)
  • ଜୁନିୟର ଆସିଷ୍ଟାଣ୍ଟ (ମତ୍ସ୍ୟ ସମ୍ପଦ ବିଭାଗ) – ୨୧୨ (ଗ୍ରୁପ୍-ସି)
  • ଅମିନ (ଜଳ ସମ୍ପଦ ବିଭାଗ) – ୧୬ (ଗ୍ରୁପ୍-ସି)

ଯୋଗ୍ୟତା

  • ଆୟୁର୍ବେଦିକ ଆସିଷ୍ଟାଣ୍ଟ
    • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଯୁକ୍ତ ୨ ପାସ କରିଥିବା ଆବଶ୍ୟକ।
  • ହୋମିଓପ୍ୟାଥିକ ଆସିଷ୍ଟାଣ୍ଟ
    • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଯୁକ୍ତ ୨ ବିଜ୍ଞାନ ପାସ କରିଥିବା ଆବଶ୍ୟକ
  • ଟେକ୍ନିକାଲ ଅସିଷ୍ଟାଣ୍ଟ
    • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଯୁକ୍ତ ୨ ବିଜ୍ଞାନ ପାସ କରିଥିବା ଆବଶ୍ୟକ
  • ଅମିନ (ଜଳ ସମ୍ପଦ ବିଭାଗ)
    • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଦ୍ଵାଦଶ ବା ଯୁକ୍ତ ୨ ପାସ କରିଥିବା ଆବଶ୍ୟକ
  • ଜୁନିୟର ଆସିଷ୍ଟାଣ୍ଟ (ମତ୍ସ୍ୟ ସମ୍ପଦ ବିଭାଗ)
    • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଅତି ଯୁକ୍ତ ୨ ପାସ କରିଥିବା ଆବଶ୍ୟକ
    • ଫିସେରି ବିଷୟରେ ଯୁକ୍ତ ୨ ଧନ୍ଦାମୂଳକ ପରୀକ୍ଷା ପାସ କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଇ ପଦବୀରେ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ ossc.gov.in କୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ସିଏଚଏସଏଲ୍ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପରୀକ୍ଷା କେବେ ହେବ, ସେନେଇ ଓଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଓଏସଏସସି ୱେବସାଇଟରେ ଉପଲବ୍ଧ।

Tags: #OSSC #CHSLExamination #OnlineApplication #Employment #GovtofOdisha

LEAVE A REPLY

Please enter your comment!
Please enter your name here