ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଯୁକ୍ତ ୩ ନାମ ଲେଖା ଲାଗି ଫର୍ମ ଦାଖଲ ଅବଧି ବଢ଼ିଛି। ଜୁନ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ କରିପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ଏବଂ ଆଭିଭାବକଙ୍କ ଦାବିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଫର୍ମ ଦାଖଲ କରିବାର ଅବଧିକୁ ବୃଦ୍ଧି କରାଯାଇଛି।
ପୂର୍ବରୁ ଯୁକ୍ତ ୩ ନାମ ଲେଖା ପାଇଁ ଫର୍ମ ଆବେଦନ ଲାଗି ମେ’ ୨୦ ଶେଷ ତାରିଖ ରହିଥିଲା। ପରେ ଏହି ଅବଧିକୁ ଜୁନ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେବେ ଯୁକ୍ତ ୨ ରେଜଲ୍ଟ ବାହାରି ନଥିବାରୁ ଯୁକ୍ତ ୩ ନିମନ୍ତେ ଆବେଦନ କରିବାରେ ଅସୁବିଧା ହେଉଥିଲା।
ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଆବେଦନ ତାରିଖ ବୃଦ୍ଧି କରିବାକୁ ଦାବି କରିଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ଫର୍ମ ଦାଖଲ ଅବଧି ଜୁନ ୪ ତାରିଖ ଯାଏଁ ବୃଦ୍ଧି କରାଯାଇଛି।
Tags: #Plus3Admissions #OnlineApplication #HigherEducation #Odisha