ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାଲେସିଆକୁ ପୁଣି ଆରମ୍ଭ ହେବ ସିଧାସଳଖ ବିମାନସେବା। ବିମାନ ଉଡ଼ାଣ କମ୍ପାନି ଏୟାର ଏସିଆ ପକ୍ଷରୁ ମଙ୍ଗଳବାରରୁ ଏହି ସେବା ଆରମ୍ଭ କରାଯିବ। ସପ୍ତାହକୁ ୩ ଦିନ ଭୁବନେଶ୍ୱର ଓ କ୍ଵାଲାଲମ୍ପୁର ମଧ୍ୟରେ ବିମାନ ଚଳାଚଳ କରିବ।

ମଙ୍ଗଳବାର ଏୟାର ଏସିଆର ବିମାନ ପ୍ରଥମେ ମାଲେସିଆର କ୍ଵାଲାଲମ୍ପୁରରୁ ଆସି ରାତି ୧୧ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏହାପରେ ବିମାନଟି ରାତି ୧୧ଟା ୫୦ରେ ଯାତ୍ରୀଙ୍କୁ ନେଇ ପୁଣି କ୍ଵାଲାଲମ୍ପୁର ଅଭିମୁଖେ ଯାତ୍ରା କରିବ।

ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏୟାର ଏସିଆ ଭୁବନେଶ୍ୱର ଓ କ୍ଵାଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନ ସେବା ଯୋଗାଇବ।

ତେବେ ପୂର୍ବରୁ ୨୦୧୭ ମସିହାରେ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-କ୍ଵାଲାଲମ୍ପୁର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ହେଲେ କୋଭିଡ୍‌ ମହାମାରୀ ସମୟରେ ଏହା ବନ୍ଦ ହୋଇଯାଇଥିଲା। ଏବେ ଏହା ପୁଣି ଆରମ୍ଭ ହେବାକୁ ଯାଉଛି।

ବର୍ତ୍ତମାନ ଭୁବନେଶ୍ଵର ବିମାନବନ୍ଦରରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ କରୁଛି। ଏବେ ଏଥିରେ ମାଲେସିଆର କ୍ଵାଲାଲମ୍ପୁର ଯୋଡ଼ି ହେବାକୁ ଯାଉଛି।

Tags: #AirAsia #DirectFlightService #Bhubaneswar #KualaLumpur #BijuPatnaikInternationalAirport #Odisha #India

LEAVE A REPLY

Please enter your comment!
Please enter your name here